ଯାଜପୁର,୧୧/୦୬(ପିପିଟି):ଧର୍ମଶାଳା ବ୍ଲକର ଦୁଇ ଗୋଟି ସ୍ଥାନରେ ରାସ୍ତା ନବିକରଣ ଓ ପ୍ରଶସ୍ତୀକରଣ ପାଇଁ ବିଧାୟକ ହିମାଂଶୁ ଶେଖର ସାହୁ ଆଜି ଶିଳାନ୍ୟାଶ କରିଛନ୍ତି । ପଟୁଣିଆ ପଂଚାୟତ ତିନିମୁହାଣୀ ହାମଜାପୁର ଠାରୁ ବୁଦ୍ଧଲିଙ୍ଗ ପର୍ଯ୍ୟନ୍ତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ରାସ୍ତାର ଆଜି ବିଧାୟକଙ୍କ କରକମଳରେ ଶିଳାନ୍ୟାଶ କରାଯାଇଛି । ଏଥିସହ ଗଙ୍ଗାଧରପୁର ପଂଚାୟତର ଆରଏନବି ରାସ୍ତା ଠାରୁ ବଙ୍ଗାଳିସାହି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁଥିବା ରସ୍ତା ପାଇଁ ଅଜି ଧର୍ମଶାଳା ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାଶ କରିଛନ୍ତି । ଏହି ଶିଳାନ୍ୟାଶ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀଙ୍କ ସମେତ ଜୋନ ସଭାପତି ପ୍ରଶାନ୍ତ କୁମାର ନାୟକ,ଯୁବ ସଙ୍ଗଠକ ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ, ବ୍ଲକ ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ଜିଲ୍ଲାପରିଷଦ ସଭ୍ୟା ସ୍ମୃତିରେଖା ବେହେରା ପ୍ରମୁଖ ଉପସ୍ଥୀତ ରହିଥିଲେ । ଉଭୟ ସ୍ଥାନରେ ସ୍ଥାନୀୟ ଲୋକମାନେ ବିଧାୟକଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଦେଇ ବାଜା , ବାଣ ଓ ରୋଷଣୀ କରି ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନେଇଥିଲେ ।