ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଭତା, ରାସନ ଓ ଜମି ପଟ୍ଟା ବଂଟନ ।

ଯାଜପୁର,୨୭/୦୩:ଧର୍ମଶାଳା ନିର୍ବାଚନମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ଆଜି ଅପରାହ୍ନରେ ଭତା, ରାସନ କାର୍ଡ ଓ ଜମି ପଟ୍ଟା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖହର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଭତା, ରାସନ କାର୍ଡ ଓ ଭୁମିହିନମାନଙ୍କୁ ଜମି ପଟ୍ଟା ବଂଟନ କରିଥିଲେ । ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରସୁଲପୁର ବିଡିଓ ସତ୍ୟାନନ୍ଦ ଦାସ, ଧର୍ମଶାଳା ତହସିଲଦାର ସମିର ରଞ୍ଜନ ଦାସ, ସାଂସଦ ପ୍ରତିନିଧି କାହ୍ନୁ ଚରଣ ଦାଶ ପ୍ରମୁଖ ଯୋଗଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକର ୩୨୬ ଜଣଙ୍କୁ ଭତା ଓ ୨୨୯ଜଣ ଭୁମିହିନଙ୍କୁ ଜମି ପଟ୍ଟା ଓ ୫୩୬ଜଣ ହିତାଧିôକାରୀଙ୍କୁ ରାସନ କାର୍ଡ ବଂଟନ କରାଯାଇଥିବା ବେଳେ ରସୁଲପୁର ବ୍ଲକର ୮୧ ଜଣ ହିତାଧିକାରୀଙ୍କୁ ଭତା, ୩୯ଜଣ ଭୁମିହିନଙ୍କୁ ଜମି ପଟ୍ଟା ଓ ୮୨ ଜଣଙ୍କୁ ରାସନ କାର୍ଡ ବଂଟନ କରାଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଦାରଦ୍ର‌୍ୟ ସୀମାରେଖା ତଳେ ବାସବାସ କରୁଥିବା ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ରାସନ କାର୍ଡ, ସମସ୍ତ ଭୁମିହିନମାନଙ୍କୁ ଜମିପଟ୍ଟା ଓ ହିତାଧିକାରୀଙ୍କୁ ଭତା ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଜେଶ ପାଳ, ଦେବରାଜ ମିଶ୍ର,ଜିତେନ୍ଦ୍ର ରାଉତ, ଅଭିଶେକ ରାଉତ, ତପନ ମାହୁନ୍ତ, ତୀର୍ଥରାଜ ପଣ୍ଡା,ସିବୁଲି ଧିର ପ୍ରମୁଖ ପରିଚାଳନା କରିଥିଲେ । ଏହିକାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ହିତାଧିକାରୀ ଓ ସାଦାରଣ ଲୋକମାନେ ଯୋଗଦେଇଥିବା ବେଳେ ସମସ୍ତ ପଂଚାୟତର ସମିତିସଭ୍ୟ, ସରପଂଚ ଓ ଜିଆରଏସମାନେ ରହି ହିତାଧିକାରୀମାନଙ୍କୁ ଚିହ୍ନଟ କରିବାରେ ସହଯୋଗ କରିଥିଲେ ।

Comments (0)
Add Comment