ଧର୍ମଶାଳା ବିଜେପି ପକ୍ଷରୁ ଜନ ଅକ୍ରୋସ ମହିଳା ସମାବେଶ   ।

ଯାଜପୁର ,୨୭/୦୪(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ମହୋତ୍ସବ ପଡିଆରେ ମହିଳା ସଂରକ୍ଷଣ ବିଲ ପାସ ନହେବା ପ୍ରତିବାଦରେ ବିଜେପି ପକ୍ଷରୁ ଏକ ଜନ ଆକ୍ରୋସ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାନେତ୍ରୀ ଏସର୍ଯ୍ୟା ବିଶ୍ୱାଳ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ବୟନଶିଲ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ପୁର୍ବତନ ସାଂସଦ ରିତା ତରେଇ, ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀ ଦିପ୍ତୀପ୍ରଭା ମିଶ୍ର, ପୁର୍ବତନ ଜିଲ୍ଲା ସଭାପତି ଆଶୁତୋଷ ପରିଡା,ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ପାଇଁ ମୋଦୀ ସରକାର ଆଣିଥିବା ମହିଳା ସଂରକ୍ଷଣ ବିଲକୁ କଂଗ୍ରେସ ସମେତ ବିରୋଧି ଦଳମାନେ ଚକ୍ରନ୍ତ କରି ସଂସଦରେ ବିଲ ପାସ କରାଇ ଦେଇ ନଥିଲେ । ବିରୋଧିଙ୍କ ଚକ୍ରାନ୍ତ ଫଳରେ ମହିଳା ସଂରକ୍ଷଣ ବିଲ ସଂସଦରେ କାଟ ଖାଇଲା । ଯାହାକୁ ନେଇ ଦେଶ ବ୍ୟାପି ମହିଳାମାନଙ୍କ ମଧ୍ୟରେ ବିରୋଧିଙ୍କପ୍ରତି ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ବିଜେପି ପକ୍ଷରୁ ରାଜ୍ୟବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହିକ୍ରମରେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଠାରେ ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ କଂଗ୍ରେସ ହେଉଛି ମହିଳା ବିରୋଧି ଦଳ ବୋଲି କହିବା ସହିତ କଂଗ୍ରେସ ସହିତ ହାତ ମିଳାଇ ଅନ୍ୟ ବିରୋଧି ଦଳମାନେ ମଧ୍ୟ ଏହାର ସମର୍ଥନ କରି ବିଲ ପାସ ନ କରାବାରେ ସଫଳ ହୋଇଥିଲେ । ଆଗାମି ଦିନରେ ସାଧାରଣ ମହିଳାମାନେ ବିରୋଧିଙ୍କୁ ଏହାର ଉଚିତ ଜବାବ ଦେବେବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭାକାର୍ଯ୍ୟ ଶେଷ ହେବା ପରେ ମହିଳାମାନେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କ କୁଷପୂତଲିକକୁ ସେଠାରେ ଦାହ କରିଥିଲେ । ଏହି ସମୟରେ ମହିଳମାନେ ମୋଦୀ ସରକାର ଜିନ୍ଦାବାଦ ଓ କଂଗ୍ରେସ ମୁର୍ଦାବାଦ ଆଦି ନାରାବାଜି କରିଥିଲେ । ଏହି କା୍‌ର୍ଯ୍ୟକ୍ରମକୁ ଯୁବ ସଂଙ୍ଗଠକ ରାଜେଶ ପାଳ,କାହ୍ନୁ ଚରଣ ଦାଶ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ, ପ୍ରଦୀପ ପରିଡା, ଦେବଦତ ପଣ୍ଡା,ସିବୁଲି ଧିର, ଆଲୋକ ଲେଙ୍କା. ଚନ୍ଦ୍ରମଣି ପଣ୍ଡିତ, ଉପେନ୍ଦ୍ର କର, ଲୋକନାଥ ମହାନ୍ତି, ନିର୍ମଳ ପ୍ରଧାନ, ସୁଦାମ ବେହେରା, ତୁସାର ରାୟ, ନାରାୟଣ ମଲିକ, ସବ୍ୟସାଚୀ ସୁନ୍ଦରରାୟ, ପ୍ରୟବ୍ରତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Comments (0)
Add Comment