ଧର୍ମଶାଳା ବିଜେପି ପକ୍ଷରୁ ଘରଘର ତ୍ରିରଙ୍ଗା ଯାତ୍ରା ।

ଯାଜପୁର,୧୧/୦୮(ପିପିଟି):: ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆରୁହା, ଜାରକା ଓ ବାରବାଟୀ ମଣ୍ଡଳରେ ବିଜେପି ପକ୍ଷରୁ ଘର ଘର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି । ବିଧାୟକ ହିମାଂଶୁ ଶେଖର ସାହୁ ସମସ୍ତ ସ୍ଥାନରେ ଯୋଗଦେଇ ହାତରେ ତ୍ରିରଙ୍ଗା ପତକା ଧରି ତ୍ରିରଙ୍ଗା ଯାତ୍ରାରେ କର୍ମୀମାନଙ୍କ ସହିତ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସାହୁ ବାରବାଟୀ ମଣ୍ଡଳର ନଠୁଆବର ଠାରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତକା ଧରି ଆଦମପୁର ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ କର୍ମୀମାନଙ୍କ ସହିତ ଚାଲିଚାଲି ଯାଇଥିଲେ । ସେହିପରି ଆରୁହା ମଣ୍ଡଳର ଜାରକାସ୍ଥିତ ମହୋତ୍ସବ ପଡିଆରୁ ଚାଲି ଚାଲି ବଜାର ପରିକ୍ରମା କରିଥିଲେ । ପରେ ବିଧାୟକ ଶ୍ରୀ ସାହୁ ଜାରକା ମଣ୍ଡଳର କାଏମା ହାଇସ୍କୁଲ ପଡିଆରୁ ହାତରେ ତ୍ରିରଙ୍ଗା ପତକା ଧରି କର୍ମୀମାନଙ୍କ ସହିତ ନରସିଂହପୁର ପର୍ଯ୍ୟନ୍ତ ଚାଲିଥିଲେ । ବିଧାୟକଙ୍କ ଏହି ତ୍ରିରଙ୍ଗା ଯାତ୍ରାରେ ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ, ସମାଜସେବୀ ମିନତୀ ସାହୁ, ପୁର୍ବତନ ସାଂସଦ ରୀତା ତରେଇ,ଯୁବ ସଙ୍ଗଠକ ରାଜେଶ ପାଳ, ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଯୁବ ସଭାପତି ବିଶ୍ୱଜିତ ପୃଷ୍ଟି, ଜାରକା ମଣ୍ଡଳ ସଭାପତି ଦେବଦତ ପଣ୍ଡା,ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା,ଯୁବ ସଭାପତି ରୁଦ୍ର ପ୍ରସାଦ ବେହେରା, ଆତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର କୁମାର କର, ପ୍ରଭାରୀ ଅଭିଶେକ ରାଉତ,ରୁଦ୍ର ବରାଳ ପ୍ରମୁଖ ଘର ଘର ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଅଗଷ୍ଟ ୧୫ ସ୍ୱାଧିନତା ଦିବସର ଆନନ୍ଦକୁ ଘରକୁ ଘର ପହଂଚାଇବା ଲାଗି ୧୧ ତାରିଖ ଠାରୁ ଦେଶ ବ୍ୟାପି ତ୍ରିରଙ୍ଗା ଯାତ୍ରା କରାଯାଉଥିବା ବେଳେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ତିନିଗୋଟି ମଣ୍ଡଳରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦେଶକୁ ସ୍ୱାଧୀନତା ଆଣିଦେଇଥିବା ଏବଂ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ମହାନ ଦେଶପ୍ରେମୀମାନଙ୍କୁ ମନେ ପକାଇବା ସହ ସାଧାରଣ ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇବା ଲକ୍ଷନେଇ ଘର ଘର ତ୍ରିରଙ୍ଗା ଯାତ୍ରା କରାଯାଉଛି ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।

Comments (0)
Add Comment