ଧର୍ମଶାଳାରେ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧ ଦିବସ ପାଳିତ ।

ଯାଜପୁର,୧୭/୦୪(ପିପିଟି) :ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୨୮ତମ ଶ୍ରାଦ୍ଧ ଦିବସ ଅବସରରେ ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ବିଜୁ ବାବୁଙ୍କ ଉପରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଧର୍ମଶାଳା ପାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ଦୁଶାସନ ସାହୁ,ଉତ୍କଳମଣୀ ଦାସ, ସନ୍ତୋଷ କୁମାର ଜେନା, ଅମରେନ୍ଦ୍ର ରାୟ, ବଟକୃଷ୍ଣ ରାଉତ, ଧର୍ମଶାଳା ବ୍ଲକ୍ ସଭାପତି ଜଳଧର ମହାନ୍ତି, ରାଜକିଶୋର ମହାନ୍ତି, ଯୁବ ସଭାପତି କ୍ଷିତିଶ ନାୟକ, ଛାତ୍ର ସଭାପତି ଜଗଦାନନ୍ଦ ରାଉତ,ଜିଲ୍ଲାପରିଷଦ ସଭ୍ୟ ସୁଧାଶୁଂ ସାହୁ,ଚକ୍ରଧର ବେହେରା, ପ୍ରସନ୍ନ ରାଉତ,ଚନ୍ଦ୍ରଶେଖର ସ୍ୱାଇଁ, ମମତା ଦଣ୍ଡପାଟ,ହରିହରି ମଲ୍ଲିକ, କାର୍ତିକ ମଲ୍ଳିକ୍ ପ୍ରମୁଖ ବକ୍ତବ୍ୟ ଦେବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଭିନ୍ନ ପାୟତରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ / ସଭ୍ୟା ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ବହୁ ସଂଖ୍ୟାରେ ଯୋଗଦାନ କରି ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାକୁ ପରିଚଳନା କରିଥିଲେ ଡ. ପ୍ରିୟନାଥ ମହାପାତ୍ର ଏବଂ ଶେଷରେ ଧନ୍ୟବାଦ ଦେଇଥିଲେ ନିର୍ମଚ ଚନ୍ଦ୍ର ପ୍ରଧାନ ।

Comments (0)
Add Comment