ଧବଳପୁରରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ,୧୬/୦୯(ପିପିଟି ); ଶେରଗଡ ବ୍ଳକ ଅନ୍ତର୍ଗତ ଧବଳପୁର ଗ୍ରାମରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମାଜକୁ ନୂଆଁ ଦିଶା ଦେଖାଇବା ସହ ଲୋକକଳା ସଂସ୍କୃତିକୁ ବଜାୟ ରଖିବା ଦୀକ୍ଷାନ୍ତ କାର୍ଯ୍ୟକ୍ରମ ର ମୁଖ୍ଯ ଉଦ୍ଦେଶ୍ଯ ବୋଲି ଅତିଥି ମାନେ କହିଥିଲେ । ରାଜ୍ୟ ନାଟକ ସାହିତ୍ୟ ଏକାଡେମୀର ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରହଲ୍ଲାଦ ନାଟକର କଳାକାରମାନଙ୍କ ଏକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ପ୍ରହଲ୍ଲାଦ ନାଟକ ର ଦୀର୍ଘାୟୁ କାମନା କରିବା ସହ ନିଜ ଅଞ୍ଚଳ ସହ ରାଜ୍ୟରେ ନାମ ରଖୁ ବୋଲି କହିଥିଲେ ଏବଂ କହିଥିଲେ ପ୍ରହଲ୍ଲାଦ ନାଟକ ମାଧ୍ୟମରେ ସମାଜରେ ସଂସ୍କାର ଗଠନ କରିବାରେ ସହାୟକ ହେବ। ଅନ୍ୟତମ ଅତିଥି ଭାବେ ଥାନାଅଧିକାରୀ ରମେଶ ଚନ୍ଦ୍ର ଦାସ ଯୋଗଦେଇ କହିଥିଲେ ଯେ ଆଜିକାଲିର ପିଲାମାନେ ପୁରାଣ ବର୍ଣ୍ଣିତ ନାଟକ ଛାଡି କାର୍ଟୁନ ଦେଖିବାରେ ବ୍ୟସ୍ତ ଏଣୁ ସେମାନେ ଲୋକକଳା ସହ ଜଡିତ ହୋଇ ସମାଜ ସଂସ୍କାରରେ ସହାୟକ ହେବା ଦରକାର । ଅନ୍ୟତମ ଅତିଥି ମୁଖ୍ଯବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ତଥା ସ୍ତମ୍ବକାର ହୟଗ୍ରୀବ ତ୍ରିପାଠୀ ଯୋଗଦେଇ କହିଥିଲେ କଳା କେବେ ବି କଳାପ୍ରେମୀଙ୍କୁ ଛଡି ପାରିବେ ନାହିଁ । ଆଜି ଧବଳପୁର ନାଟ୍ୟସଂସଦ କଳାକାର ମାନେ ନିଜ ପରାକାଷ୍ଠ ଦେଖାଇବା ଯୋଗୁଁ ସରକାର ଏହି ତାଲିମ କେନ୍ଦ୍ର କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ପ୍ରହଲ୍ଲାଦ ନାଟକର ସୃଷ୍ଟି ଏବଂ ପୁରାଣ ସହ ସମ୍ପର୍କ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ,ସରପଞ୍ଚ ପ୍ରମୋଦ ପ୍ରଧାନ,ଏଏସଆଇ ବିଷ୍ଣୁ ପ୍ରସାଦ ଦାଶ, ଯୁବସମାଜସେବୀ ତଥା ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ଦେବୀ ପ୍ରସାଦ ଦାଶ ଯୋଗଦେଇଥିଲେ । ଏହି ସମୟରେ ପ୍ରହଲ୍ଲାଦ ନାଟକର କଳାକାର ବହୁ ଯୁବକ ଭାଇ ଭାଗ ନେଇଥିଲେ ।ସମାଜସେବୀ ପଞ୍ଚାନନ ପ୍ରଧାନ, ଲଡୁ ପ୍ରଧାନ, ପରଖିତ ମଳିକ, ଗୋବିନ୍ଦ ପ୍ରଧାନ, ଲଡୁକିଶୋର ପ୍ରଧାନ, ମୋଚିରାମ ଅଧିକାରୀ, ଟୁକୁନା ସ୍ବାଇଁ,ଜାଗିଲି ରାଉତ , ହୀନ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ ।ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରହଲ୍ଲାଦ ନାଟକର ନାଟ୍ୟଗୁରୁ ସନ୍ତୋଷ କୁମାର ରଣା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଧନ୍ଯବାଦ ଅର୍ପଣ କରିଥିଲେ । (ରିପୋର୍ଟ – ଭିକୁ ନାୟକ ।)

Comments (0)
Add Comment