ଦ୍ରୌପଦୀ ।

ପୁର୍ନଜନ୍ମ ନିଅ ହେ କେଶବ
ନାଶିବାକୁ ଦ୍ରୌପଦୀ କର୍ଷଣ
ଏଠି ତ ଅନେକ ଦ୍ରୌପଦୀ
ବିବସନା, ଧର୍ଷିତା
ପାପିଷ୍ଠର କୁରୁସଭା ମଞ୍ଚେ
ଛଳନାର ପଶାପାଲିରେ
ଯାଜ୍ଞସେନୀ ବିବସନା।।

ଏଠି ଅନେକ ଶକୁନି
ଓକିଲ ସାଜନ୍ତି
ଲଢ଼ିବାକୁ ଦୁର୍ଯ୍ୟୋଧନ ପକ୍ଷ
ଅନ୍ଧ ଆଜି ଭୀଷ୍ମପିତାମହ
କାପୁରୁଷ କର୍ଣ୍ଣ
ଦ୍ରୌପଦୀର ଅତୁପ୍ତ ଆତ୍ମା ପାଇଁ
ଲୋକେ,ସଞ୍ଜୟ ସାଜି
ଜାଳନ୍ତି ମହମ।।

ଆରମ୍ଭ ହେଉ
ଦ୍ଵିତୀୟ ସମର

ଅଠର ଦିନର ମହାଭାରତର
ଓଳିଏର ସମାପ୍ତ
ବିଲୟ ହେଉ
ମହାପାପି ଦୁଃଶାସନ
ରକ୍ତରେ ପଖାଳୁ କେଶ ଯାଜ୍ଞସେନୀ।।

ଶିବରାମ ସାବତ(ଶିକ୍ଷକ)ପାଟପୁର
ସମ୍ପାଦକ,
ସାନଖେମୁଣ୍ଡି ସାହିତ୍ୟ ସାଂସଦ

Comments (0)
Add Comment