ଦ୍ବିତୀୟ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଓଡିଶା ମୋ-ପରିବାର ତରଫରୁ ରକ୍ତଦାନ ଶିବିର।

ବୋଲଗଡ,୧୭/୧୨(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ କଡବ ଗ୍ରାମ ପଞ୍ଚାୟତର ଚଟୁଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଶନିବାର ପୂର୍ବାହ୍ନରେ ବିଜୁ ଯୁବ ଛାତ୍ର ଜନତା ଦଳ ଦ୍ଵାରା ଆୟୋଜିତ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସେଚ୍ଛାକୃତ ରକ୍ତଦାନ ଶିବିରକୁ ଶୁଭଉଦ୍ଘାଟନ କରିଛନ୍ତି। ବିଧାୟକ ବେଗୁନିଆ – ବୋଲଗଡ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୫ ବର୍ଷ ଧରି ବିଜୁ ଜନତା ଦଳର ସୁଶାସନ ଓ ସେବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କ ନିକଟରେ ପହଞ୍ଚାଇବା ଓ ରକ୍ତ ଅଭାବରେ ଗୋଟିଏ ବି ଜୀବନ ଯେପରି ଚାଲି ନଯାଏ ଏହି ମୂଳମନ୍ତ୍ରକୁ ଆଧାର କରି ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ମାଧ୍ୟମରେ ବହୁ ଜୀବନ ବଞ୍ଚା ଯାଇପାରିଛି। ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗା,ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ସାହୁଙ୍କ ଦ୍ଵାରା ସଂଯୋଜନା କରାଯାଇଥିଲା। ବିଶେଷ ଅତିଥି ଭାବେ ବୋଲଗଡ଼ ବ୍ଲକ୍ ଅଧକ୍ଷା ହୁଲାସ ପ୍ରଧାନ,ଉପାଧ୍ୟକ୍ଷ ରମେଶ ସାହୁ,ପ୍ରଫୁଲ୍ଲ କୁମାର ପ୍ରଧାନ, ପ୍ରଦୀପ୍ତ କିଶୋର ଛୋଟରାୟ, ଦିଲୀପ କୁମାର ମହାପାତ୍ର, ବାନାମ୍ବର୍ ମାଝୀ , କଡବ ସରପଞ୍ଚ ନଳିନୀ କୁମାର ବଡ଼ଜେନା,ଆଜାଦ ଅଲ୍ଲୀ, ଶୈଳବାଳା ବାହିନୀପତି ଅତୁଲ୍ୟକୁମାର ଗଡବାଡ,ହେମନ୍ତ କୁମାର ସାହୁ,ଜ୍ୟୋତି ରଞ୍ଜନ ଖାଡଙ୍ଗା ପ୍ରମୁଖ ଯୋଗ ଦେଇଥିଲେ। ଖୋର୍ଦ୍ଧା ଡିଏଚଏଚ୍ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୧୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏଥି ମଧ୍ୟରୁ ୪୦ ଜଣ ମହିଳା ଓ ୪ ଜଣ ଦିବ୍ୟାଙ୍ଗ ରକ୍ତ ଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।ଗ୍ରାମ ସଭାପତି ପ୍ରଭାତ କୁମାର ଦାସ,ସମ୍ପାଦକ ପ୍ରସନ୍ନ କୁମାର ସାହୁ,ଗୟାଧର ପରିମାଣିକ,ଜ୍ଞାନ ରଞ୍ଜନ ଦାସ,ବିଶ୍ୱଜିତ୍ ସାହୁ, ଶିବପ୍ରସାଦ ମହାନ୍ତି , ଗୀତାଞ୍ଜଳି ପଟ୍ଟନାୟକ, ପ୍ରମିଳା ସାହୁ ଓ ଚଟୁଆ ଗ୍ରାମ୍ୟ କମିଟି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ପିୟପାତ୍ର ହୋଇଛନ୍ତି। ବିଧାୟକ ଶ୍ରୀ ସାହୁ ସମସ୍ତ ଆୟୋଜକ ଏବଂ ରକ୍ତଦାତା ଙ୍କୁ କୃତଜ୍ଞତା ଜଣାଇଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment