ଦ୍ବାରଶୁଣି ଘାଟି ରାସ୍ତା ସମ୍ପ୍ରସାରଣ ପାଇଁ ଟେଣ୍ଡର।

ବାଙ୍ଗିରିପୋଷି,୦୭/୦୧: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ୯.୧୯୮ କିମି ଦ୍ୱାରଶୁଣି ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ବିଧିବଦ୍ଧ ଭାବେ ଜାତୀୟ ରାଜପଥ ପ୍ରାଧିକରଣ ମାଧ୍ୟମରେ ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଛି । ଉକ୍ତ ୯.୧୯୮ କିମି ରାସ୍ତା ଚାରି ଲେନ ବିଶିଷ୍ଟ ହେବାକୁ ଥିବା ବେଳେ ୧୯୬.୧୫ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଶିମିଳିପାଳ ଟାଇଗର ରିଜର୍ଭ ଏରିଆର ବଫର ଜୋନ୍ ମଧ୍ୟରେ ଥିବା ଏହି ରାସ୍ତାରେ ପାଞ୍ଚଟି ହାତୀ ଅଣ୍ଡରପାସ୍ (EUPs) ଏବଂ ଚଉଦ ଟି ପ୍ରାଣୀ ଅଣ୍ଡରପାସ୍ (AUP) ନିର୍ମାଣ ହେବ। ତା ୦୩-୦୧-୨୦୨୫ ଠାରୁ ତା ୧୯-୦୨-୨୦୨୫ ପର୍ଯ୍ୟନ୍ତ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ପାଇଁ ଏହାର ନିର୍ମାଣ ଅବଧି ୨.୫ ବର୍ଷ ରହିଛି । ଦୀର୍ଘ ବର୍ଷ ଧରି ବିପଦପୂର୍ଣ୍ଣ ତଥା ମରଣଯନ୍ତା ସାଜିଥିବା ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ବାରମ୍ୱାର ଦାବୀ ହେଉଥିଲା। ତେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ଵତନ୍ତ୍ର ଦୃଷ୍ଟି ତଥା ଓଡ଼ିଶା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ,ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ, ବିଜେପି ବଶିଷ୍ଠ ନେତା ସଂଜୀବ ମହାନ୍ତି ଙ୍କ ପ୍ରଚେଷ୍ଟା ଫଳରେ ଏହି ଦିର୍ଘ ଦିନର ଦାବୀ ପୂରଣ ହୋଇଥିବାରୁ ସମସ୍ତ ନେତୃବୃନ୍ଦଙ୍କୁ ମୟୂରଭଞ୍ଜ ଜିଲ୍ଲା ତଥା ବାଙ୍ଗିରିପୋଷି ଅଞ୍ଚଳ ବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷେ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ରାସ୍ତାର ଉନ୍ନତି କରଣ ଓ ପ୍ରଶସ୍ତି କରଣ ପାଇଁ ନିଜର ଅନୁରୋଧ ରକ୍ଷା କରିଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଙ୍କୁ ବାଙ୍ଗିରିପୋଷି ବିଧାୟିକା ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment