ଦେଶୀ ମଦ ଭାଟି ଉପରେ ଚଢାଉ।

ବୋଲଗଡ,୨୯/୧୨(ପିପିଟି); ବେଗୁନିଆ ଅଚଂଳରେ ଦିନକୁ ଦିନ ଚୋରା ଦେଶୀ ମଦ କାରବାର ବୃଦ୍ଧିହେବାରେ ଲାଗିଚି। ବିଶେଷ ସୃତରୁ ଖବର ପାଇ ବେଗୁନିଆ ଥାନା ଅଧିକାରୀ ରଶ୍ମୀ ରଜଂନ ସାହୁ ସଦଳବଳେ ବେଗୁନିଆ ଥାନା ଅଧୀନ ଏକଡାଳିଆ ଗ୍ରାମର ଆମ୍ବ ବଗିଚା ଠାରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ଚଢାଉ କରି ୮୦୦ ଲିଟର ପାଉଚ ଜବତ କରିବା ସହ ୩୦ଲିଟର ରନ୍ଧା ମଦ ଜବତ କରିଥିଲେ। ଚଢାଉର ଖବର ପାଇ ମଦ ମାଫିଆ ମାନେ ଖସିଯିବା ପାଇଁ ସକ୍ଷମ ହୋଇଥିଲେ।କେସ୍ ନଂ ୨୫୨/୨୦ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Comments (0)
Add Comment