ଦେଶର ଶ୍ରେଷ୍ଠ ୧୦ ବିଦ୍ୟାଳୟ ମଧ୍ଯରେ ହାତୀଓଟ ଆଦର୍ଶ ବିଦ୍ୟାଳୟ ।

ବ୍ରହ୍ମପୁର, ୨୧/୧୧(ପିପିଟି): ସର୍ବ ଭାରତୀୟ ସ୍ତରରେ ୨୦୨୧- ୨୨ ଶ୍ରେଷ୍ଠ ଦଶ ବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। ପ୍ରଥମ ସ୍ଥାନରେ ରାଜକୀୟ ପ୍ରତିଭା ବିକାଶ ବିଦ୍ଯାଳୟ,ଦ୍ବାରକା, ଦିଲ୍ଲୀ,ଦ୍ବିତୀୟ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ,ଆଇଆଇଟି ମାଡ୍ରାସ, ଚେନାଇ, ତୃତୀୟ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ , ଥିରୁଅନନ୍ତପୁରମ,କେରଳ ରହିଥିବାବେଳେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହାତୀଓଟ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ସ୍ଥାନରେ ରହିଛି। ଦେଶର ଶ୍ରେଷ୍ଠ ଦଶ ବିଦ୍ୟାଳୟ ମଧ୍ଯରେ ଦିଲ୍ଲୀ ୧,୬,୮ ଓ ୯ମ ସ୍ଥାନରେ ରହିଛି, ତାମିଲନାଡୁ ୨ୟ ସ୍ଥାନ, କେରଳ ୩,୪ ଓ ୭ମ ସ୍ଥାନ, ମହାରାଷ୍ଟ୍ର ୫ମ ସ୍ଥାନ ଦୁଇଟି ଓ ଦଶମ ସ୍ଥାନରେ ଗୋଟିଏ, ଚଣ୍ଡିଗଡ ନମବ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ଦଶମ ସ୍ଥାନରେ ହାତୀଓଟ ଆଦର୍ଶ ବିଦ୍ୟାଳୟ ରହିଛି। ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶର ଶ୍ରେଷ୍ଠ ଦଶ ବିଦ୍ୟାଳୟ ମଧ୍ଯରେ ସ୍ଥାନ ପାଇଥିବାରୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments (0)
Add Comment