ଦେଶର ଶ୍ରେଷ୍ଠ ସ୍ୱଚ୍ଛ ସହର ବେଲଗୁଣ୍ଠା: ନଗରପାଳ ଓ ନିର୍ବାହୀ ଅଧିକାରୀଙ୍କୁ ବେଲଗୁଣ୍ଠାରେ ବିପୁଳ ସମ୍ବର୍ଦ୍ଧନା ।

ବେଲଗୁଣ୍ଠା,୦୨/୧୦(ପିପିଟି):ସ୍ୱଚ୍ଛ ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ରେ ଦେଶରେ ନାଗରିକ ମତାମତ ଉପରେ ଶ୍ରେଷ୍ଠ ସହର ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଜାତୀୟ ସ୍ତରରେ ଦିଲ୍ଲୀ ଦରବାରରେ ସମ୍ବର୍ଦ୍ଧିତ ହେବା ପରେ ବେଲଗୁଣ୍ଠା ସହରବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି । ସହରବାସୀ ବିଭିନ୍ନ ମାଧ୍ୟମରେ ପରସ୍ପର କୁ ଅଭିନନ୍ଦନ ଜ୍ଞାପନ କରୁଥିବା ବେଳେ ଆଜି ପୁରସ୍କାର ନେଇ ବେଲଗୁଣ୍ଠାରେ ପହଞ୍ଚିବା ପରେ ସହରବାସୀ, ନବନିର୍ବାଚିତ ପରିଷଦ, ବିଭିନ୍ନ ଅନୁଷ୍ଠାନ ତରଫରୁ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ନଗରପାଳ ଫିରୋଜ କୁମାର ସେଠୀ, ସାନିଟାରୀ ଏକ୍ସପର୍ଟ ଜି.ପ୍ରବୀଣ କୁମାର ଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସନ୍ଧ୍ୟା ୬ଟା ସମୟରେ ଜଗନ୍ନାଥ ପ୍ରସାଦ ରୋଡ଼ରେ ପହଞ୍ଚିବା ପରେ ସମସ୍ତ କାଉନସିଲର ବୃନ୍ଦ ଏନ୍.ଏ.ସିର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ଏକ ବିରାଟ ଶୋଭାଯାତ୍ରାରେ ବେଲଗୁଣ୍ଠା ସହର ପରିକ୍ରମା କରାଯାଇଥିଲା ।ରୋଟାରୀ କ୍ଳବ୍,ବଣିକ ସଂଘ,ପ୍ରେସ କ୍ଳବ, ବିଭିନ୍ନ ସ୍ୱୟଂ ସହାୟକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ , ଦଣ୍ଡ କାଳୀ କମିଟି ଓ ବିଭିନ୍ନ ସାହି ଛକଠାରେ ଏନ୍.ଏ.ସି ପ୍ରଶାସନ କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ୧ ନମ୍ବର ୱାର୍ଡ କାଉନସିଲର ଭାସ୍କର ପାତ୍ର,୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ,୩ ନମ୍ବର ୱାର୍ଡ କାଉନସିଲର ଲିଜା ବେହେରା,୪ ନମ୍ବର କାଉନସିଲର ପ୍ରିୟମ୍ବଦା ସାମଲ,୫ ନମ୍ବର କାଉନସିଲର କାହ୍ନୁଚରଣ ସାହୁ,୬ ନମ୍ବର କାଉନସିଲର ପ୍ରଦୀପ ସେଠୀ,୮ ନମ୍ବର କାଉନସିଲର ପ୍ରଗତି ପାତ୍ର,୯ ନମ୍ବର କାଉନସିଲର ଦିଲ୍ଲୀପ ଆଚାରି,୧୦ ନମ୍ବର କାଉନସିଲର ସୁଜ୍ୟୋତି ସୁବୁଦ୍ଧି,୧୧ ନମ୍ବର କାଉନସିଲର ସଙ୍ଗୀତା ପାତ୍ର,୧୨ ନମ୍ବର କାଉନସିଲର ବିଶ୍ୱନାଥ ଦଳେଇ,୧୩ ନମ୍ବର କାଉନସିଲର ପ୍ରତିମା କୁମାରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ବେଲଗୁଣ୍ଠା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ସଙ୍ଗଠକ ଜିତେନ୍ଦ୍ର ସୁବୁଦ୍ଧି, ଭି.ଦେବୀ ପ୍ରସାଦ ପାତ୍ର, ପ୍ରଶାନ୍ତ କୁମାର ସାହୁ, ପ୍ରକାଶ କୁମାର ସାହୁ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment