ଦେଶରେ ୨୦୯୦୩ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୨୦୦୩୨ ଏବଂ ମୃତ ସଂଖ୍ୟା ୩୭୯ ।

ନୂଆଦିଲ୍ଲୀ,୦୩/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଶୁକ୍ରବାର ସକାଳ ସୁଦ୍ଧା ୨୦୯୦୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୦୦୩୨ ଏବଂ  ୫୭୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୬,୨୫,୫୪୪ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮,୨୧୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୭୯,୮୯୨ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୮୬,୬୨୬ ଆକ୍ରାନ୍ତ, ୧,୦୧,୧୭୨, ସୁସ୍ଥ ଏବଂ ୮୧୭୮ ମୃତ ।ତାମିଲନାଡୁରେ ୯୮,୩୯୨ ଆକ୍ରାନ୍ତ,୫୬,୦୨୧ ସୁସ୍ଥ ଏବଂ ୧୩୨୧ ମୃତ ।ଦିଲ୍ଲୀରେ ୯୨,୧୭୫ ଆକ୍ରାନ୍ତ,୬୩,୦୦୭ ସୁସ୍ଥ ଏବଂ ୨୮୬୪ ମୃତ ।ଗୁଜୁରାଟରେ ୩୩,୯୧୩ ଆକ୍ରାନ୍ତ,୨୪,୫୯୩ ସୁସ୍ଥ ଏବଂ ୧୮୮୬ ମୃତ ।ଉତ୍ତରପ୍ରଦେଶ ରେ ୨୪,୮୨୫ ଆକ୍ରାନ୍ତ, ୧୭,୨୨୧ ସୁସ୍ଥ ଏବଂ ୭୩୫ ମୃତ । ପଶ୍ଚିମବଙ୍ଗରେ ୧୯,୮୧୯ ଆକ୍ରାନ୍ତ,୧୩,୦୩୭ ସୁସ୍ଥ ଏବଂ ୬୯୯ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Comments (0)
Add Comment