ନୂଆଦିଲ୍ଲୀ,୨୯/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୭୬,୪୭୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୫,୦୫୦ ଏବଂ ୧୦୨୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୪୬୩,୯୭୨ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୨,୫୫୦ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୬୪୮,୯୯୮ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୭,୪୭,୯୯୫ ଆକ୍ରାନ୍ତ , ୫,୪୩,୧୭୦ ସୁସ୍ଥ ଏବଂ ୨୩,୭୭୫ ମୃତ । ତାମିଲନାଡୁରେ ୪,୦୯,୨୩୮ ଆକ୍ରାନ୍ତ, ୩,୪୯,୬୮୨ ସୁସ୍ଥ ଏବଂ ୭,୦୫୦ ମୃତ । ଆନ୍ଧ୍ରପ୍ରଦେଶରେ ୪,୦୩,୬୧୬ ଆକ୍ରାନ୍ତ, ୩,୦୩,୭୧୧ ସୁସ୍ଥ ଏବଂ ୩,୭୧୪ ମୃତ । କର୍ଣ୍ଣାଟକରେ ୩,୧୮,୭୫୨ ଆକ୍ରାନ୍ତ,୨,୨୭,୦୧୮ ସୁସ୍ଥ ଏବଂ ୫,୩୬୮ ମୃତ । ଉତ୍ତରପ୍ରଦେଶ ୨,୧୩,୮୨୪, ଆକ୍ରାନ୍ତ,୧,୫୭,୮୭୯ ସୁସ୍ଥ ଏବଂ ୩,୨୯୪ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।