ପୋଲସରା ୧୬/୦୭(ପିପିଟି):ଆଜି ପୋଲସରା ରୁ ସିଂହାସନୀ ରାସ୍ତାରେ ଏକ ମର୍ମନ୍ତୁକ ଦୃଘଟଣା ଘଟିଛି । ମିଳିଥିବା ସୂତ୍ର ରୁ ଜଣାପଡିଛି ଅପରାହ୍ନ ପ୍ରାୟ ୩ ଘଣ୍ଟିକା ସମୟରେ ସିଂହାସନୀ ମାଳ ଗୋଛାବାଡି ଗ୍ରାମପଞ୍ଚାୟତ ର ତିରିବିରି ଗ୍ରାମ ରୁ ପତିଆ ପ୍ରଧାନ (୮୦) ପୁଅ ନକୁଳ ପ୍ରଧାନ (୪୫) ବର୍ଷ ବାପ ପୁଅ ମିଶି ପୋଲସରା ପଟକୁ ଆସୁଥିବା ବେଳେ ପୋଲସରା ରୁ ମହାଦକ୍ଷିଣକାଳୀ ମିନି ବସ ଯାତ୍ରୀ ମାନଙ୍କୁ ନେଇ ସିଂହାସନୀ ପୀଠ କୁ ଯାଉଥିଲା । ଉଭୟ ବାଇକ ଓ ମିନି ବସ ଭାବରଡ଼ା ଗ୍ରାମ ପଞ୍ଚୟତ ଅଧିନସ୍ଥ ରାଆଣ୍ଡି ଜଳ ଭଣ୍ଡାର ନିକଟରେ ମୁହାଁମୁହିଁ ଅବସ୍ଥା ରେ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବସ ଧକ୍କା ରେ ବାଇକ ରେ ବସିଥିବା ଦୁଇ ଜଣ ବାପ ପୁଅ ଖୁବ ଜୋର ରେ ଆଘାତ ପାଇଥିଲେ l ଖବର ପାଇ ଘଟଣା ସ୍ଥଳ କୁ ଅଗ୍ନିଶମ ଆମ୍ବୁଲାନ୍ସ ଏବଂ ପୋଲସରା ପୋଲିସ ଯାଇ ଗୁରୁତର ଅବସ୍ଥା ରେ ଉଭୟ ବାପ ପୁଅ କୁ ପୋଲସରା ମେଡିକାଲ କୁ ଆଣି ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷା କରି ପତିଆ ପ୍ରଧାନ କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ନକୁଳ ପ୍ରଧାନଙ୍କ ଦୁଇଟି ଯାକ ଗୋଡ଼ ହାଡ଼ ଭଗିଯାଇଥିବାରୁ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି । ପୋଲିସ ଗାଡି କୁ ଜବତ କରି ଘଟଣା ର ସତ୍ୟାସତ୍ୟ କୁ ନେଇ ତଦନ୍ତ ଚଳାଇଛି ଏବଂ ଡ୍ରାଇଭର ଫେରାର ଥିବାବେଳେ ଗାଡି ଅଟକ ରଖିଥିବା ଜଣାପଡିଛି ।
ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା