ଦୂଷିତ ପାଣି ଯୋଗାଣ, ପ୍ରଶାସନ ନୀରବ ।

ପଦ୍ମପୁର,୨୭/୦୯(ପିପିଟି); ସଦାସର୍ବଦା ବରଗଡ ଜିଲ୍ଲା ପଦ୍ମପୁର ରେ ପି.ଏଚ.ଡି ବିଭାଗ ର ଦୂଷିତ ପାଣି ଯୋଗାଣ ଖବର ବିଭିନ୍ନ ସମୟରେ ଅନେକ ସଂବାଦପତ୍ର , ବୈଦ୍ଯୁତିକ ଗଣମାଧ୍ୟମରେ ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀ ମାନଙ୍କ ପାରିବା ପଣିଆ ଆଜି ପୁଣି ପଦାରେ ପଡି ବାଟରେ ଗଡୁଛି । ସହରର ରଜାପଡା ର ହାଲତ ସଂଗୀନ । ଏଠାକାର ପଡାବାସିନ୍ଦା ସପ୍ୱାଇ ପାଣି ଟୋପାଏ ମଧ୍ୟ ପାଇ ପାରୁନାହାଁନ୍ତି । ଅଧିକାରୀ ମାନଙ୍କୁ ପଚାରିଲେ କହନ୍ତି ଲୋ ଭୋଲଟେଜ କାରଣ ରୁ ପାଣି ସପ୍ଲାଇ ହୋଇ ପାରୁନାହିଁ । ନିଜ ଅଠା ଅନ୍ୟ ମୁଣ୍ଡରେ ବୋଳି ସମୁଦ୍ରପାର ହେବାରେ ଏ ମାନେ ମାହିର୍ କହିଲେ ଚଳେ । ବହୁଦିନ ରୁ ମାଟିତଳେ ପୋତାଯାଇଥିବା ପାଇପ ଗୁଡାକ ପୁରୁଣା ହେବା କାରଣରୁ ନଷ୍ଟ ହେବାଦ୍ୱାରା ବିଭିନ୍ନ ସ୍ଥାନ ମାନଙ୍କରେ ପାଣି ପାଇପ ଫାଟି ଏଭଳି ଦୂଷିତ ଜଳ ଯୋଗାଣ ଏହାର ମୁଖ୍ୟକାରଣ ଅଟେ । ଆଜକୁ ୧୦ ଦିନ ହେଲା ପଦ୍ମପୁର ସ୍ଥିତ ରାଜ ବୋଡାସମ୍ବର ହାଇସ୍କୁଲ ପଡିଆ ସମ୍ମୁଖ ରେ ଯାଇଥିବା ପାଣି ପାଇପ ଫାଟି ଜଳମଗ୍ନ ହେବାରେ ଲାଗିଲାଣିl ପ୍ରଶାସନ ର ଆଖି ଥାଇ ନିରବଦ୍ରଷ୍ଟା ।ଏହାର ଆଶୁ ସମାଧାନ ପାଇଁ ବିଜ୍ଞାପିତ ଅଂଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଧ୍ୟାନ ଦେବାକୁ ଜନସାଧାରଣ ରେ ଦାବି ହେଉଛି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Comments (0)
Add Comment