ଦୂର ପାହାଡ ଲାଗେ ଅତି ସୁନ୍ଦର
ସେ ପାହାଡ଼େ ଘସି ହୁଏ ମେଘ
ଆସେ ଯେବେ ବର୍ଷା ଦିନ
ଝରଣା ତା ଗାଏ ଗୀତ
ବର୍ଷା ଛୁଆଁରେ
ଶୁଷ୍କ ନଦୀ ପାଏ ଜୀବନ୍ୟାସ
କୁଆଁରୀ କନିଆ….!!
ବସନ୍ତରେ ଦୂର ବଣ
କେଡେ ମନୋହର
ବିମଣ୍ଡିତ ନାନା ପୁଷ୍ପ
ସୈାରଭ ମହକ
ମଳୟ ଆଣେ ସୁଗନ୍ଧ
ଚିତ୍ତ ଆହ୍ଲାଦିତ….!!
ବନାନୀ ରଙ୍ଗ ମଞ୍ଚେ
କିଚିରି ମିଚିରି ରାବ
ସକାଳ ସନ୍ଧ୍ୟାରେ
ବିହଙ୍ଗଙ୍କ ମନ୍ତ୍ର ଧ୍ବନି
କର୍ଣ୍ଣେ ବିଳେ ବାଜେ ବାରମ୍ବାର
କେଉଁ ନାଟକର
ଏହା ଅପୂର୍ବ ସଂଳାପ….?
ଦୂର ପାହାଡେ ସକାଳେ
ଉଏଁ ବାଳଭାନୁ
ଅଳସୀ କ୍ଷେତରେ କର
ପଡି ଶୋଭାବନ
ମନ୍ତ୍ର ମୁଗ୍ଧ କବି ଭାବାବେଗ
ପ୍ରକୃତିର ଏହି ଚାରୁ ଚିତ୍ରପଟ
କଅଁଳ ଖରାରେ ଟିକେ
ଭିଜିବାକୁ ଇଛା….!!
ଦୂର ପାହାଡ଼ରୁ ଯେବେ
ଲୁଚି ଲୁଚି ଜହ୍ନ
ହସୁ ଥାଏ କିରି କିରି
ହୋଇ ଅମାନିଆ
ମୋ ମନରେ ଜାଗେ ସ୍ମୃତି
ପ୍ରେମର କାହାଣୀ
ପ୍ରୀୟା ର ସେ ଲାଜ ବୋଳା ହସ
ଆଜି ମଧ୍ୟ ସାଇତା ସେ
ଅତୀତ ପିପାସା…!!
ଏ ପାହାଡେ
ଗିରି ଜନେ ବସବାସ କରି
ପ୍ରାଚୀନ ସଂସ୍କୃତି ଯେତେ
ଅଛନ୍ତି ଆବୋରି
ପ୍ରାଚୀନ ର ଇତିହାସ
ପାହାଡ ଗୁମ୍ଫାରେ
ଯୁଗ ଯୁଗ ବ୍ୟାପୀ ସତେ
ଧରିଛି ବକ୍ଷରେ…..
ପାହାଡଟା ମୂକ ସାକ୍ଷୀ
ସଭ୍ୟତା ଉତ୍ପତ୍ତି
ବାକି ସବୁ କଳ୍ପନା ପ୍ରସୂନ
ଅବାସ୍ତ ସାହିତ୍ୟର
କିବା ଅର୍ଥ ମାତ୍ର….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭