ବେଲଗୁଣ୍ଠା,୧୬/୧୧(ପିପିଟି): ରବିବାର ରାତିରେ ଜଣେ ମହିଳାଙ୍କୁ ଜବରଦସ୍ତ ଦୁଷ୍କର୍ମ କରାଯାଇଥିବା ମାମଲାରେ ଗାଙ୍ଗପୁର ପୋଲିସ୍ ଅଭିଯୁ୍କ୍ତ ଯୁବକଙ୍କୁ ଗିରଫ କରିଛି । ସୂଚନା ପ୍ରକାରେ ଗତ ରବିବାର ତଥା ୧୪ ତାରିଖ ରାତି ଗୋଟାଏ ସମୟରେ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ପଞ୍ଚମାପଲ୍ଲୀ ଗ୍ରାମର ମେଘ ନାୟକଙ୍କ ସ୍ତ୍ରୀ ଲୀଲୀ ନାୟକ ଘରେ ଶୋଇଥିବା ସମୟରେ ସେହି ଗ୍ରାମର ନିରଞ୍ଜନ ନାୟକ (୨୮) କବାଟ ଭାଙ୍ଗି ଲୀଲୀଙ୍କ ଘରେ ପ୍ରବେଶ କରିବା ସହିତ ଲୀଲୀଙ୍କୁ ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏ ବିଷୟରେ କାହାକୁ ଜଣାଇଲେ ଲୀଲୀଙ୍କୁ ଜୀବନରେ ମାରିଦେବାକୁ ନିରଞ୍ଜନ ଧମକ ଦେଇଥିଲା । ଏନେଇ ଲୀଲୀ ଗାଙ୍ଗପୁର ଥାନାରେ ଏତାଲା ଦେବା ପରେ ଗାଙ୍ଗପୁର ପୋଲିସ୍ କେଶ୍ ନମ୍ବର୍ 534/22 ୟୁ/ଏସ୍-341/450/376/(1)/506 ଆଇପିସି ଧାରାରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ନିରଞ୍ଜନକୁ ଗିରଫ କରି କୋର୍ଟଚାଲାଣ ଚାଲାଣ କରାଯାଇଛି । ଘଟଣାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ରହିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )