ଦୁର୍ବୃତ୍ତ ମାନେ ପେଟ୍ରୋଲ ଢାଳି ଦୋକାନ ଗୃହକୁ ପୋଡ଼ିଦେଲେ ଓ ଲୁଟିନେଲେ।

ବୋଲଗଡ଼,୧୪/୧୦(ପିପିଟି) : ଗତ କାଲି ବିଳମ୍ବିତ ରାତ୍ରୀରେ ପ୍ରାୟ ୧.୩୦ଘ ହେବ କିଛି ଦୁର୍ବୁତ୍ତ ଅଚାନକ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବଡପଦର ଗ୍ରାମରେ ଥିବା ସନ୍ତୋଷ ସୁବୁଦ୍ଧି (୪୭)ଙ୍କ ଥିବା ତେଜରାତି ଦୋକାନକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଯାହା ଫଳରେ ଦୋକାନ ରେ ଥିବା ଦୁଇଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି ଏବଂ ୭ରୁ ୮ହଜାରଟଙ୍କା ମଧ୍ୟ ସେହି ଦୋକାନରେ ଥିବା ସୂଚନା ମିଳିଛି। ନିଆଁ ଲଗାଇ ଗଲାବେଳେ ଏକ ଶାବଳ ଓ ଦୁଇଟି ବଟଲ ପେଟ୍ରୋଲ ଛାଡି ଯାଇଛନ୍ତି। ଏ ନେଇ ସନ୍ତୋଷ ସୁବୁଦ୍ଧି ବେଗୁନିଆ ଥାନା ରେ ଏତଲା ଦେଇଛନ୍ତି ବେଗୁନିଆ ଥାନା ଦୁର୍ବୃତ୍ତକୁ ଧରିବା ନିମନ୍ତେ ତଦନ୍ତ ଜାରି ରଖିଛି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment