ଦୁର୍ନୀତି ହୋଇଥିବା ୪ଟି ବନ୍ଧର ଫାଇଲ ଶେରଗଡ ବ୍ଲକ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ।

ବ୍ରହ୍ମପୁର,୦୨/୦୨(ପିପିଟି): ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକରେ ଦୁର୍ନୀତି ବଢୁଥିବା ବେଳେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ। ଶେରଗଡ ବ୍ଲକର ତହଁର ପଞ୍ଚାୟତର ଦୁର୍ନୀତି ପଦାକୁ ଆସିଛି। ତହଁର ପଞ୍ଚାୟତର କାଞ୍ଜିଆମା ଗ୍ରାମରେ ମନରେଗା ଦ୍ବାରା ସପ୍ନେଶ୍ବର ବନ୍ଧର ଉନ୍ନତିକରଣ ୨୦୧୭ ରୁ ୨୦୧୯ ମଧ୍ଯରେ ହୋଇଛି। ହାଇସ୍କୁଲ ବନ୍ଧର ଉନ୍ନତିକରଣ ୨୦୨୦ ରୁ ୨୦୨୨ ହୋଇଛି । ଶିବ ମନ୍ଦିର ବନ୍ଧର ସୌନ୍ଦର୍ଯ୍ୟକରଣ ୨୦୨୩ ହୋଇଛି। ଏହି ତିନିଟି ବନ୍ଧ ନାମ ବଦଳାଇ କାର୍ଯ୍ଯ ନାମରେ ଅର୍ଥ ଆତ୍ମସାତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ସେହିଭଳି କାଞ୍ଜିଆମା ଗ୍ରାମରେ ୨୦୨୨ ରେ ଅମୃତ ସରୋବର କାର୍ଯ୍ଯ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା କାର୍ଯ୍ଯ ସରିନଥିବା ସୂଚନା ତଥ୍ଯରୁ ଜଣାପଡିଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ୪ଟି ବନ୍ଧର ତଥ୍ଯ ମାଗିଥିଲେ। ସୂଚନା ତଥ୍ଯ ଚିଠି ନଂ- ୫୮୫୧,ତା-୦୯/୧୨/୨୦୨୫ ରେ କାର୍ଯ୍ଯାଳୟରେ ଫାଇଲ୍ ଉପଲବ୍ଧ ନଥିବା ଜଣାଇଲେ। ଏହି ଘଟଣାରେ ବନ୍ଧ ଗୁଡିକର ଖାତା ନମ୍ବର ଓ ପଟା ନମ୍ବର କେତେ ଯାଞ୍ଚ କରିବା ସହିତ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଏବଂ ଫାଇଲ ହଜିଛି ନା ଜାଣିଶୁଣି ନଷ୍ଟ କରାଯାଇଛି ତାର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ,ବିଭାଗୀୟ ସଚିବ ଓ ମନ୍ତ୍ରୀ,ମୁଖ୍ଯ ଶାସନ ସଚିବ,ଭିଜିଲାନ୍ସ, ଜିଲ୍ଲାପାଳ ଓ ମୁଖ୍ଯ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମଙ୍କୁ ଅବଗତ କରାଇଛନ୍ତି।

Comments (0)
Add Comment