ବାଙ୍ଗିରିପୋଷି,୦୭/୦୧ :ହୁ ହୁ ହୋଇ ଜଳିଗଲା ଟ୍ରକ୍। ବାଇକ କୁ ଧକ୍କା ଦେଇ ବିଚ୍ ରାଜ ରାସ୍ତାରେ ଜଳିଗଲା। ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ। ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଥାନା ଅଧୀନସ୍ଥ ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ ଘଟିଛି ଦୁର୍ଘଟଣା। ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଏକ ବାଇକ ଆରୋହୀ ପାର ହେଉଥିବା ବେଳେ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ବାଇକ୍ ଆରୋହୀ ରାସ୍ତା କଡକୁ ଛିଟିକି ପଡ଼ିଥିବା ବେଳେ ଟ୍ରକ୍ ତଳେ ବାଇକ୍ ଟି ଲାଗି ହୋଇ କିଛି ବାଟ ଘୋଷାଡି ହୋଇଥିଲା ପ୍ରଚଣ୍ଡ ଶବ୍ଦ ହେବା ପରେ ଟ୍ରକ୍ ରେ ନିଆଁ ଲାଗି ଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବାଙ୍ଗିରିପୋଷି ପୋଲିସ ପହଞ୍ଚି ନିଆଁ ଆୟତ କରିଥିଲେ ସେତେବେଳେକୁ ଟ୍ରକ ଟି ସମ୍ପୂର୍ଣ ପୋଡ଼ିଯାଇଥିଲା ।ଟ୍ରକ ଚାଲାକ ଫେରାର ହୋଇଯାଇଯାଇଥିବା ପୁଲିସ ତରଫରୁ ସୂଚନା ମିଳିଛି ।