ଦୁର୍ଘଟଣାରେ ଯୁବତୀ ମୃତ ।

ଭବାନୀପାଟଣା,୦୮/୦୫:ଆଜି ଭୋର ରେ ୨୬ ନମ୍ୱର୍ ଜାତୀୟ ରାଜପଥର ବାଦଲି – କୁଟ୍ରୁଖମାର ମଝିରେ ଏକ କାର ଗଛରେ ପିଟି ହେଇଛି। କାରରେ ଥିବା ୨ ଯୁବକ ଏବଂ ୨ ଯୁବତୀଙ୍କୁ ଲୋକମାନେ ଜିଲା ମୁଖ୍ୟ ଡ଼ାକ୍ତରଖାନା କୁ ପଠାଇଥିଲେ। ସେଠାରେ ଧରିତ୍ରୀ ସୁନା ନାମ୍ନୀ ଯୁବତୀ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୩ ଗୁରୁତରଙ୍କ ମଧ୍ୟରୁ ଜଣେ ଜସ୍ମିନ୍ ମହାନନ୍ଦ ନାମ୍ନୀ ଯୁବତୀ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ୨ ଜଣ ଯୁବକ ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତେ ସହରର ବିଭିନ୍ନ ପଡ଼ାର ବୋଲି ଜଣାପଡିଛି। ଦୁର୍ଘଟଣା ଖବର ଜଣାପଡିବା ପରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିସ୍ଥିତି ସାଙ୍ଗକୁ ଚାପା ଉତ୍ତେଜନା ଦେଖାଦେଇଥିଲା।

Comments (0)
Add Comment