ବୋଲଗଡ଼,୨୫/୧୦(ପିପିଟି): ଗତବର୍ଷ ସର୍ପାଘାତରେ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ +୩ ତୃତୀୟ ବର୍ଷର ଛାତ୍ର ଦୀପକ କୁମାର ମହାପାତ୍ରଙ୍କ ପିତା ମାଣିକାଗୋଡ଼ା ଗ୍ରାମର ଜନାର୍ଦ୍ଦନ ମହାପାତ୍ରଙ୍କୁ ସୋମବାର ନିଉ ଇଣ୍ଡିଆ ଇନସୁରାନସ୍ କମ୍ପାନୀ ପକ୍ଷରୁ ୧ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ପ୍ରଦାନ କରାଯାଇଛି। ଏ ନେଇ ଅପରାହ୍ନରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ନିରଡାମ୍ଵର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରବିନ୍ଦ୍ର ନାଥ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଭୁବନେଶ୍ଵର ମଣ୍ଡଳ (୧)ର ବରିଷ୍ଠ ପ୍ରବନ୍ଧକ କ୍ଷୀରୋଦ୍ କୁମାର ବେହେରା ବିଶେଷ ଅତିଥି ଭାବେ ଯୋଗଦେଇ ଏହି ଦୁର୍ଘଟଣା ଜନିତ ଛାତ୍ର ସୁରକ୍ଷା ବୀମା ସହାୟତା ରାଶିକୁ ମୃତକଙ୍କ ପିତାଙ୍କୁ ହସ୍ତାନ୍ତର କରିଥିଲେ। ଏହି ସହାୟତା ରାଶି ସାମାଜିକ ସୁରକ୍ଷାର ଏକ ବଳିଷ୍ଠ ସାଧନ ହୋଇଥିବାରୁ ଏ ସମ୍ବନ୍ଧୀୟ ଦୁର୍ଘଟଣା ଜନିତ ଘଟଣାକୁ ସଠିକ୍ ଢ଼ଙ୍ଗରେ କମ୍ପାନୀ ନିକଟରେ ଉପସ୍ଥାପନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ହେମନ୍ତ ମହାପାତ୍ର, ଜୟନ୍ତ କୁମାର ବିଶ୍ଵାଳ, କର୍ମୋଦୟ ଛୋଟ୍ଟରାୟ, ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ମିନୁସ୍ ମଲ୍ଲିକ୍, ମୁଖ୍ୟ କିରାଣୀ ସତ୍ୟବ୍ରତ ମହାପାତ୍ର ଓ କମ୍ପାନୀ ପ୍ରତିନିଧି ବିନୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)