ଦୁର୍ଗାପ୍ରସାଦ ନିକଟରେ ଭୟଙ୍କର ଟ୍ରକ ଦୁର୍ଘଟଣା; ଟ୍ରକ ଖଣ୍ଡ ବିଖଣ୍ଡିତ, ଜଣେ ମୃତ।

ଭଞ୍ଜନଗର,୧୨/୧୨(ପିପିଟି ):ଭଞ୍ଜନଗର ଫୁଲବାଣୀ ୧୫୭ନଂ ଜାତୀୟ ରାଜପଥ କଳିଙ୍ଗା ଘାଟି ତଳ ଭାଗ ଦୁର୍ଗା ପ୍ରସାଦ ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡିରେ ଥିବା ଚାଳକର ମୃତ୍ୟୁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଥିବା ଆଶଙ୍କା କରାଯାଉଛି। ଭଞ୍ଜନଗର ପୋଲିସ ଏବଂ ଦମକଳ ବାହୀନି ମଧ୍ୟ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସୂଚନା ଯୋଗ୍ୟ ଯେ ଟାଟା ରୁ ଏକ ଟ୍ରକ ଲୁହା ଛଡ଼ ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଆସୁଥିଲା। ବାଟରେ କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦ ଠାରେ ଗାଡ଼ ଚାଳକ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇଥିଲେ। ଫଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା । ପରେ ଗାଡ଼ିଟି ସେଠାରେ ଥିବା ଏକ ସେତୁକୁ ଧକ୍କା ହୋଇଥିଲା।ଲୁହା ଛଡ଼ ଉକ୍ତ ଦୁଇଜଣଙ୍କ ଶରୀରରେ ପଶିଯାଇଛି। ଏଥିସହ ବିଦ୍ୟୁତ ତାର ଛିଣ୍ଡି ଗାଡ଼ି ଉପରେ ପଡିଛିା। ତେଣୁ ଉକ୍ତ ଦୁଇଜଣଙ୍କୁ ବିଦ୍ୟୁତ୍‌ ଆଘାତ ମଧ୍ୟ ହୋଇଥିବା ଆଶଙ୍କା କରାଯାଉଛି।ବାରମ୍ବାର ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଛି ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment