ଦୁର୍ଗାପ୍ରସାଦ ନାଳ ନିକଟରୁ ହାତୀର ମୃତଦେହ ଉଦ୍ଧାର ।

ଭଞ୍ଜନଗର,୦୪/୧୨(ପିପିଟି);ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ରମ୍ଭା ସେକ୍ସନ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟରେ ଥିବା ଏକ ନାଳ ପାଖରେ ଆଜି ସକାଳେ ଏକ ହାତୀପଲ ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ହେଲେ ପ୍ରାୟ ସବୁ ହାତୀ ସେଠାରୁ ଚାଲି ଯାଇଥିବା ବେଳେ ଗୋଟିଏ ହାତୀ ଶୋଇ ରହିଥିଲା।ଏହାଦେଖି ସେମାନେ ବନ କର୍ମଚାରୀଙ୍କୁ ଜଣାଇଥିଲେ। ବନପାଳ ରାମେଶ୍ୱରୀ ସାହୁ ଓ ଅନ୍ୟମାନେ ସେଠାରେ ପହଞ୍ଚି ହାତୀଟିର ମୃତ୍ୟୁ ଘଟିଥିବା ଜାଣିପାରି ଡ଼ି.ଏଫ.ଓ ଅଭୟ କୁମାର ଦଳେଇଙ୍କୁ ଜଣେଇଥିଲେ।ଅନ୍ୟ ବନ କର୍ମଚାରୀଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ ହୋଇଥିଲା।ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment