ସୁବର୍ଣ୍ଣପୁର,୦୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯଉଁରାଭଉଁରା ଗ୍ରାମପଞ୍ଚାୟତ ଦୁର୍ଗମ ଅଞ୍ଚଳ ରାଧାନଗର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ପର୍କର ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଯୋଗଦେଇ ଥିଲେ । ଜିଲ୍ଲାପାଳ ପହଞ୍ଚିବା ପରେ ସ୍ଥାନୀୟ ଆଦିବାସୀ ମହିଳା ମାନେ ଫୁଲତୋଡା ଦେଇ ସ୍ୱାଗତ କରିବା ସହିତ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେ ତାଳେ ନାଚି ନାଚି ସଭାସ୍ଥଳକୁ ପାଛୋଟି ନେଉଥିବାବେଳେ ଜିଲ୍ଲାପାଳ ମଧ୍ୟ ମହିଳା ମାନଙ୍କ ସହିତ ଆଦିବାସୀ ନୃତ୍ୟର ତାଳେ ତାଳେ ନାଚି ନାଚି ଯାଇଥିଲେ । ପରେ ଜିଲ୍ଲାର ସମସ୍ତ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନଆପତ୍ତି ଅଭିଯୋଗ ପଚାରି ବୁଝିଥିଲେ । ବିଶେଷ କରି ପ୍ରଶାସନ ତରଫରୁ ସ୍ଥାନୀୟ ଲୋକେ କିପରି ସେବା ପାଉଛନ୍ତି ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ସ୍ୱାବଲମ୍ବୀ ପାଇଁ ଛେଳି, କୁକୁଡ଼ା,ମାଛ ଯାଆଁଳା ତଥା ଉଦ୍ୟାନ ବିଭାଗ ପକ୍ଷରୁ ପିଆଜ ମଞ୍ଜି ଜିଲ୍ଲାପାଳ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରରେ ସିଡିଏମଓ ଡାକ୍ତର ବିଶ୍ୱରଂଜନ ପତି, ପିଡ଼ି ଡିଆରଡିଏ ନିହାର ରଞ୍ଜନ କହଁର, ଉଲୁଣ୍ଡା ବିଡ଼ିଓ ହେମସଗାର ଭୋଇ,ଯଉଁରାଭଉଁରା ସରପଞ୍ଚ ସୁନିତା ସିଙ୍ଗିରା,ସମିତି ସଭ୍ୟ ସୁଷମ ଭୋଇ ଜିଆରଏସ ମନମୋହନ ମିଶ୍ରଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)