ଦୁଖୀ ଲୋକଙ୍କ ପାଖରେ ସବୁ ସମୟରେ ଛିଡା ହେଉଛି ;ଯୁବ ସମାଜସେବୀ ହିମାଂଶୁ ।

ଯାଜପୁର,୧୬/୧୦(ପିପିଟି); ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତ ଯଥା କମାଗଡ଼ ଗ୍ରାମ ପଞ୍ଚାୟତର କୁକୁଡ଼ା ଖାଳେଇ, ଗଡମଧୁପୁର ଗ୍ରାମ ପଞ୍ଚାୟତର ଗଡମଧୁପର ଗ୍ରାମ ଓ ପାଖର ପଞ୍ଚାୟତର ନାକୁଆ ଗ୍ରାମ ବୁଲି ରୋଗୀଙ୍କର ରୋଗୀ ସେବା କରି ତାଙ୍କ ଦୁଃଖରେ ଦୁଖୀ ହୋଇ ତାଙ୍କର ଚିକତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଦେଓଦା ପଞ୍ଚତର ମାଝୀ ପାଟଣା ଓ କଲଣ ପଞ୍ଚାୟତର ସରବଣା ଗ୍ରାମରେ ଦୁଇ ଜଣଙ୍କର ମୃତ୍ଯୁ ଖବର ପାଇ ତାଙ୍କ ପରିବାର ପାଖରେ ପହଞ୍ଚି ତାଙ୍କ ଆତ୍ମାର ସଦଗତି ପାଇଁ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ଶୁଦ୍ଧି କ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Comments (0)
Add Comment