ଦୁଇ ଶହ ବର୍ଷର ପରମ୍ପରା ସଂପୁର ଗ୍ରାମର ପ୍ରସିଦ୍ଧ ନୂଆଖାଇ ପର୍ବ ୨୦ ତାରିଖରେ ଲଗ୍ନଧାର୍ଯ୍ୟ ।

ବୋଲଗଡ,୧୫/୦୯(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ପ୍ରସିଦ୍ଧ ନୂଆଖାଇ ପର୍ବ ପାଳନ କରିବା ପାଇଁ ଆସନ୍ତା ୨୦ ତାରିଖ ସମୟ ସକାଳ ୯ଘଂଟିକା ୫୫ ମିନିଟରେ ପ୍ରସାଦ ଲାଗିପାଇଁ ଜୋତିଷ ଗଣନାରେ ଲଗ୍ନଧାର୍ଯ୍ୟ ହୋଇପଡିଛି । ଵିଧିପୂର୍ବକ ନୂତନ ଧାନ ସଂଗ୍ରହ, ଚାଉଳ ପ୍ରସ୍ତୁତ, ନୂଆ ଚୁଡା ପ୍ରସ୍ତୁତ ସରିଥିବାବେଳେ ଅନ୍ୟାନ୍ୟ କାର୍ଯ୍ୟ ଶେଷ ପର୍ଯ୍ୟାରେ ପହଂଚିଛି । ପବିତ୍ର ନୂଆଖାଇ ପର୍ବ ପଶ୍ଚିମଓଡିଶାରେ ମହାଆଡମ୍ବର ସହକାରେ ପାଳନ କରାଯାଉଥିବା ବେଳେ ସଂପୁରଗ୍ରାମରେ ଏହି ପର୍ବକୁ ଚଳିତ ବର୍ଷ ମହାଆଡମ୍ବର ସହକାରେ ପାଳନ କରାଯିବ ବୋଲି ଗ୍ରାମ ବାସୀପକ୍ଷରୁ ସୂଚନା ଦେଇଅଛନ୍ତି । ଏହି ଅବସରରେ ଆୟୋଜିତ ହେବାକୁ ଥିବା ସଂପୁର ନୂଆଖାଇ ମହୋତ୍ସବରେ ଗ୍ରାମର କଳା ସଂସ୍କୃତି ପରମ୍ପରାକୁ ଉଜୀବିତ ରଖିବା ପାଇଁ ଅପରାହ୍ନ ସମୟରେ ଗ୍ରାମର କଳାକାରଙ୍କ ଦ୍ଵାରା ଦଣ୍ଡନାଚ, ପାଲା, ଭଗବତ, ବାଳିକା ରାମନାଟକ, ପାଇକ ଆଖଡ଼ା ଆଦି ପରିବେଷଣ କରାଯିବ । ସନ୍ଧ୍ୟାସମୟରେ ଓଡିଶୀ ନୃତ୍ୟ, ଭଜନ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବାସହିତ ଅତିଥିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଥାଉକି ସମ୍ବଲପୁର ରାଣୀମୁକ୍ତାଦେଇ ପାଞ୍ଚଗଡ଼ (ସଂପୁର )ଶାସିକା ଥିବାବେଳେ ୧୮୧୭ମସିହା ଠାରୁ ଆଜି ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧବର୍ଷ ଧରି ଗ୍ରାମବାସୀ ମାନେ ମହାଆଡମ୍ବର ସହକାରେ ପାଳନ କରି ଆସୁଅଛନ୍ତି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment