ମାଲକାନଗିରି,ତା:୨୦/୦୬(ପିପିଟି); ଓଡିଶା ଓ ଛତିଶଗଡ ସୀମୀନ୍ତ ନାରାୟଣ ପୁର ଜିଲ୍ଲା ଆର୍ଛା ଜଙ୍ଗ ରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ଘଟି ୨ ଜଣ ହାର୍ଡ କୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ନିର୍ଭର ଯୋଗ୍ଯ ସୂତ୍ରରୁ ସୂଚନା ପାଇ ଗତ କାଲି ଓଡିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାର ଆର୍ଛା ଜଙ୍ଗଲରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ । ଘନ ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ନକ୍ସଲ ମଧ୍ଯରେ କେତେ ଘଣ୍ଟା ପର୍ଯ୍ଯନ୍ତ ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲେ । ଯବାନଙ୍କ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣା ସ୍ଥଳରୁ ଦୁଇ ମାଓ ନେତାଙ୍କ ମୃତ୍ୟୁ ଦେହ ମିଳିଥିଲା । ଏହା ବ୍ଯତିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ତିନୋଟି ରାଇଫଲ୍, ଅନେକ ଜୀବନ୍ତ ଗୁଳି, ନକ୍ସଲ ପୋଷାକ, ଔଷଧ ଏବଂ ଧନୁ ତୀର ମିଳିଅଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍ ଜାରି ରହିଥିବା ବସ୍ତର ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ନିହତ ମାଓବାଦୀଙ୍କ ପରିଚୟ ଏ ପର୍ଯ୍ଯନ୍ତ ମିଳି ନାହିଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)