ବେଗୁନିଆପଡା,୨୭/୦୪(ପିପିଟି): ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣ ଗାଁ ନିକଟରେ ଏପରି ଏକ ଲୋମ ହର୍ଷଣ କାରି ଘଟଣା ଘଟିଥିବା ଜଣାପଡିଛି। ଶାଳବଣ ଠାରେ ରେ ଦୁଇ ଭାଇଙ୍କୁ ହତ୍ୟା କରାଯିବା ପରେ ଖଲ୍ଲିକୋଟ ଥାନା ନାରାୟଣୀ ରାସ୍ତା ମରେଇନୂଆଗାଁ ନିକଟର ମୃତ ଦେହ ଫିଙ୍ଗି ନିଆଁ ଲଗେଇ ଦେଇଥିବା କୁହାଯାଇଛି। ମୁଖ୍ୟତଃ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତ ଦୁଇ ଭାଇ ହେଲେ ସୁମଣ୍ଡଳ ପଞ୍ଚାୟତ ଭାଲିଆ ଝର ଗ୍ରାମର ସଞ୍ଜୟ ବାରିକ ଓରଫ ବାଙ୍କା ଓ ଅଜୟ ବାରିକ । ହତ୍ୟାର ଶିକାର ହୋଇଥିବା ଦୁଇ ଭାଇ ଆଗରୁ ବିଭିନ୍ନ ଅପରାଧିକ ମାମଲା ରେ ଲିପ୍ତ ଥିଲେ । ସେମାନଙ୍କ ନାମରେ ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟାଭଳି ସଙ୍ଗୀନ ଅଭିଯୋଗ ରହିଛି । ବର୍ତ୍ତମାନ ଆଦାଲତରେ ଏହି କେଶ ବିଚାରଧୀନ ଥିବା ବେଳେ କୌଣସି କାରଣରୁ ଏ ଦୁଇଭାଇଙ୍କୁ ବିଳମ୍ବିତ ରାତ୍ରରେ ହତ୍ୟା କରାଯାଇ ନିଆଁକୁ ଫିଙ୍ଗିଦେଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ମୃତୟନ ଥିବା ବେଳେ ହତ୍ୟାକାଣ୍ଡର କୌଣସି ସଠିକ ଖବର ହସ୍ତଗତ ହୋଇନାହଁ । ଅପରାହ୍ନରେ ପୋଲିସ ଶବ ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣା ପଡିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)