ମାଲକାନଗିରି,୨୫/୦୭(ପିପିଟି):ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି – ୩୮ ଗ୍ରାମର ଛକ ନିକଟରେ ଦ୍ରୁତ ଗତିରେ ଆସି ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ମୃତକମାନେ ହେଲେ ସାଧୁରାମ ଖରା ଓ ଡମୁ ଖେମୁଡୁ । ଆହତମାନେ ହେଲେ ପର୍ଶୁରାମ ଖରା ଓ କୁଶ ଖିଲ । ଘଟଣାରୁ ପ୍ରକାଶ ଯେ, ଚିତ୍ରକୋଣ୍ଡା ବ୍ଳକ ଆରଏସସି – ୧୬ ଗ୍ରାମର ପର୍ଶୁରାମ ଖରା ଏବଂ ସାଧୁରାମ ଖରା ବାଇକ କିଣିବା ପାଇଁ ମାଲକାନଗିରି ଆସିଥିଲେ ବାଇକ କ୍ରୟ କରିବା ପାଇଁ । ବାଇକ କ୍ରୟ କରିବା ପରେ ଚିତ୍ରକୋଣ୍ଡା ଯାଉଥିବା ସମୟରେ ଏମଭି – ୩୮ ଗ୍ରାମ ନିକଟରେ ବାଲିମେଳାରୁ ତିନି ଜଣ ଅନ୍ଯ ଏକ ବାଇକରେ ମଦ ପାନ କରି ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲେ । ଧକ୍କା ଏତେ ଗତି ଏତେ କ୍ଷୀପ୍ର ଥିଲା ଯେ ଦୁଇ ବାଇକର ଜଣେ ଜଣେ ବ୍ଯକ୍ତି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ନୂଆ ଗାଡି କିଣି ଚିତ୍ରକୋଣ୍ଡା ଯାଉଥିବା ଯୁବକମାନଙ୍କ ମଧ୍ୟରୁ ସାଧୁରାମ ଖରାର ମୃତ୍ୟୁ ହୋଇଥିବା ବେଳେ ପର୍ଶୁରାମ ଖରାର ଗୋଡ ଭାଙ୍ଗିଯାଇଛି । ସେହିପରି ବାଲିମେଳା ପଟୁ ବାଇକ୍ ରେ ଆସୁଥିବା ତିନି ଜଣଙ୍କ ମଧ୍ୟରୁ ଡମୁ ଖେମୁଡୁର ମୃତ୍ୟୁ ହୋଇଥିବା ବେଳେ କୁଶ ଖିଲ ଗୁରୁତର ହୋଇଛି । ଅନ୍ୟ ଜଣେ ସେଠାରୁ ଫେରାର ରହିଥିବା ଜଣାପଡିଛି । ମୃତ୍ୟୁବରଣ କରିଥିବା ଡମୁ ଖେମୁଡୁର ଘର ତାର୍ଲାକୋଟା ଗ୍ରାମ ବୋଲି ଜଣାପଡିଛି । ତେବେ ଦୁଇ ଗୁରୁତର ଆହତଙ୍କୁ ମାଲକାନଗିରି ସଦର ମହକୁମା ଜିଲ୍ଲା ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କୁଶ ଖୁଲ ଗୁରୁତର ଥିବା ଡାକ୍ତର ପ୍ରକାଶ କରିଛନ୍ତି । ଓର୍କେଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)