ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୨ଚାଳକ ଗୁରୁତର ।

ବେଲଗୁଣ୍ଠା,୧୨/୦୮(ପିପିଟି); ବେଲଗୁଣ୍ଠା ରୋଡ ଭଞ୍ଜନଗର ଥାନା ଅଧୀନ ଜାମପଲ୍ଲୀ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ମାନେ ହେଲେ ନୟାଗଡ ଅଞ୍ଚଳର ଧନେଶ୍ବର ସାମନ୍ତରାୟ ଏବଂ ତନରଡା କଣଭାଗ ଗ୍ରାମର ବଳିଆ ବିଷୋୟୀ ଗୁରୁତର ଆହାତ ହୋଇ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଧନେଶ୍ବରଙ୍କ ପତ୍ନୀ ସୋରଡ଼ା ମେଡିକାଲ୍‌ରେ କାର୍ଯ୍ୟ କରୁଥିବାରୁ ନୟାଗଡରୁ ନିଜ ବୁଲେଟ୍‌ରେ ବସି ଉଭୟେ ଆସୁଥିବା ‌ବେଳେ ବିପରୀତ ଦିଗରୁ ବଳିଆ ନିଜ ଗ୍ରାମକୁ ଭଞ୍ଜନଗରରୁ ଫେରୁଥିଲେ। ଜାମପଲ୍ଲୀ ଛକ ନିକଟରେ ବଳିଆର ବାଇକ୍‌କୁ ଏକ ଅଟୋ ଓଭରଟେକ୍‌ କରିବାରୁ ଭାରସାମ୍ୟ ହରାଇ ଦୁଇ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଧନେଶ୍ବରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment