ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର ।

ଅନୁଗୋଳ,୦୯/୧୦(ପିପିଟି): ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପିଟିସ୍ ପୋଲିସ ଟ୍ରେନିଂ କଲେଜ ସମ୍ମୁଖରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ମୃତ୍ୟୁ ଘଟି ଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୁଚନା ମୁତାବକ ଆଠମଲ୍ଲିକ ଅଞ୍ଚଳର ବଳଭଦ୍ର ବେହେରାଙ୍କ ପୁଅ ପ୍ରଦୀପ ବେହେରା ଏକ ବାଇକ୍ ରେ ଅନୁଗୁଳ ରୁ ନାଲକୋ ଅଞ୍ଚଳକୁ ଯାଉଥିବା ବେଳେ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଗ୍ରାମର ରାକେଶ କୁମାର ବେହେରା ଓ ସୁମିତ ସାହୁ ଆସୁଥିବା ବେଳେ ପିଟିସି୍ ପୋଲିସ ଟ୍ରେନିଂ କଲେଜ ସମ୍ମୁଖ ରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ତିନି ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ସେହି ରାସ୍ତା ଦେଇ ଆପାତ କାଳିନ ଅଧିକାରୀ ସୁଭେନ୍ଦୁ ଜେନା ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଏକ ଟେମ୍ପୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଠାରେ ପ୍ରଦୀପ ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି। ଖବର ପାଇ ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments (0)
Add Comment