ଦୁଇ ଦିନରେ ୬୬ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ।

ମାଲକାନଗିରି,୨୫/୦୭(ପିପିଟି) :ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଲାଗି ଆହ୍ବାନ ଦିଆଯାଇଥିବା ବେଳେ ଏହା ପୂର୍ବରୁ ଲାଲ୍ ବାହିନୀକୁ ଲାଗିଛି ଶକ୍ତ ଝଟକା । ଗତ ୨୭ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବସ୍ତର ଜିଲ୍ଲାରେ ୫୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଆଜି କାଙ୍କେର ଜିଲ୍ଲାରେ ପୁଣି ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ଦିନରେ ମୋଟ ୬୬ ଜଣ ମାଓବାଦୀ ଲାଲ୍ ବାହିନୀର ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି । ସୁକୁମା ଜିଲ୍ଲାରେ ୫ ଜଣ ଓ ନାରାୟଣପୁର ଜିଲ୍ଲାରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦନ୍ତେୱାଡା ଜିଲ୍ଲାରେ ୧୫ ଜଣ ଓ ବିଜାପୁର ଜିଲ୍ଲାରେ ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଗତ ୨୦ ବର୍ଷ ଧରି ଏମାନେ ମାଓ ସଂଗଠନ ରେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସା କାଣ୍ଡ ରେ ସଂପୃକ୍ତ ଥିଲେ । ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ମାଓ ଗଡ ଏବେ ଭୁଶୁଡିବାରେ ଲାଗିଛି । ଯବାନଙ୍କ ଘନ ଘନ ଅପରେସନ ଯୋଗୁଁ ଭୟଭିତ ମାଓବାଦୀମାନେ ବର୍ତ୍ତମାନ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କୁ ବାଧ୍ୟ ହୋଇଛନ୍ତି। ଅନ୍ୟ ପକ୍ଷରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି । ଛତିଶଗଡ ସରକାର ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ମୁଣ୍ଡ ଉପରେ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପୁରସ୍କାର ରାଶି ଘୋଷଣା କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment