ଦୁଇ ଓକିଲଙ୍କୁ ବହିଷ୍କାର କଲା ଗଞ୍ଜାମ ଓକିଲ ସଂଘ।

ବ୍ରହ୍ମପୁର, ୧୨/୧୦(ପିପିଟି):ଗଞ୍ଜାମ ଓକିଲ ସଂଘର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି କ୍ରମେ ସଂଘର ଦୁଇ ଆଇନଜୀବୀଙ୍କୁ ବିଧିବଦ୍ଧ ଭାବରେ ସଂଘରୁ ବହିଷ୍କାର କରାଯାଇଛି। ସଂଘର ବାଇ ଲ ଅନୁଯାୟୀ ଓକିଲ ଶ୍ଯାମସୁନ୍ଦର ସାହୁ ଏବଂ ହେମନ୍ତ କୁମାର ପଣ୍ଡାଙ୍କୁ ଗଞ୍ଜାମ ଓକିଲ ସଂଘର ସଦସ୍ଯ ପଦରୁ ବହିଷ୍କାର କରାଯାଇଥିବା ସଂଘ ସୂତ୍ରରୁ ଜଣାପଡିଛି। ଓକିଲ ଶ୍ଯାମସୁନ୍ଦର ସାହୁଙ୍କ ବିରୋଧରେ ଦୁଇଜଣ ଆଇନଜୀବୀ ଅଭିଯୋଗ କରିଥିବାବେଳେ ହେମନ୍ତଙ୍କ ବିରୋଧରେ କୋର୍ଟ କର୍ମଚାରୀ ଓ ଆଇନଜୀବୀଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୋଗ ଆସିଥିଲା। ଓକିଲ ସଂଘର ଅର୍ଦ୍ଧାଧିକ ଆଇନଜୀବୀଙ୍କ ମତକୁ ନେଇ ସଂଘ ସୋମବାର ଦିନ ବହିଷ୍କାର ନିଷ୍ପତ୍ତି ନେଇଛି। ଏହି ବହିଷ୍କାର ନିଷ୍ପତ୍ତିର ନକଲ ଓଡିଶା ଆଇନଜୀବୀ ପରିଷଦ, ଗଞ୍ଜାମ ଜିଲ୍ଲା ଜଜ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ପଠାଯାଇଥିବା ଜଣାପଡିଛି ।

Comments (0)
Add Comment