ତିର୍ତ୍ତୋଲ,୧୧/୦୨(ପିପିଟି); ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଵନଦୁର୍ଗା ଗ୍ରାମର ଦୁଇ ଅସହାୟ ପିଲାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଚୌଦ୍ଵାର ଚାରବାଟିଆ ଓଏସ୍ଏପି ସ୍କୁଲର ୧୯୯୨ ବ୍ୟାଚ୍ ର ଛାତ୍ରଛାତ୍ରୀ ଗଣ । ଗତ କାଲି ବୁଧବାର ଦିନ ସୁବ୍ରତ ନନ୍ଦ, ଶଙ୍କର୍ଷଣ ସାହୁ, ଦିଗବିଜୟ ଦାଶ, ମଧୁସ୍ମିତା ମହାନ୍ତି,ମମସ୍ମୀତା ମହାନ୍ତି, ମଧୁମିତା ଦାସ ପ୍ରମୁଖଙ୍କ ସହ ଅନ୍ୟମାନେ ନିକଟସ୍ଥ ଵନଦୁର୍ଗା ମନ୍ଦିରରେ ଏକ ଭୋଜିଭାତ ଆୟୋଜନ କରି ଦୁଇ ଅସହାୟ ପିଲାଙ୍କ ସହ ଭୋଜନ କରିବା ସହ ତାଙ୍କ ବର୍ତ୍ତମାନର ତତ୍ତ୍ଵାବଧାକ ଆଲୋକ ରଂଜନ ଦାସଙ୍କ ସହ ଆଲୋଚନା କରିଥିଲେ ଓ ଏହି ପିଲାମାନଙ୍କୁ ଚାରବାଟିଆ ଓଏସ୍ଏପି ସ୍କୁଲ ୧୯୯୨ ବ୍ୟାଚ୍ ଛାତ୍ରଛାତ୍ରୀ ଙ୍କ ତରଫରୁ ଟ୧୦,୦୦୦ଙ୍କା ର ସହାୟତା ରାଶି ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ମାନସିକ ବିକୃତ ପିତା ସୁକାନ୍ତ ଜେନାଙ୍କ ମୃତ୍ୟୁର ୧୧ ମାସ ପରେ କର୍କଟ ରୋଗରେ ପୀଡିତା ମାଆ ମାମୀ ଜେନାଙ୍କ ମୃତ୍ୟୁ ଗତ ମାସ ୨୮ ତାରିଖରେ ହେବା ପରେ ତପସ୍ଵିନୀ ଜେନା(୧୪ଵର୍ଷ) ଓ ସୋମନାଥ ଜେନା(୧୨ବର୍ଷ) ସଂପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିଲେ । ସ୍ଥାନୀୟ ଗ୍ରାମବାସୀ ଓ ବିଶେଷ ଭାବେ ସଂକଳ୍ପ ଯୁବକ ସଂଘର କାର୍ଯ୍ୟକର୍ତ୍ତା ଏପରି ଏକ ସମ୍ବେଦନଶୀଳ ଘଟଣାକୁ ସାମାଜିକ ଗଣମାଧ୍ୟମ ଦ୍ବାରା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଲୋକଲୋଚନକୁ ଆଣିଥିଲେ ।
(ରିପୋର୍ଟ: ସୁକାନ୍ତ କୁମାର ମହାନ୍ତି ।)