ବେଲଗୁଣ୍ଠା,୧୦/୧୧(ପିପିଟି); ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଧ କରିବା ସହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ମଧ୍ୟ ରାଜ୍ୟ ସରକାର ନିଷିଧ ଘୋଷଣା କରିଛନ୍ତି । ତଥାପି ବିଭିନ୍ନ ଗ୍ରାମରେ ବାଣ ଲୁଚା ଚୋରାରେ ବିକ୍ରି ହେଉଥିବା ପୁଲିସର ଖବର ହସ୍ତଗତ ହୋଇଛି । ଗାଙ୍ଗପୁର ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବାଣ ଗଚ୍ଛିତ ଥିବା କୌଣସି ସୂତ୍ରରୁ ଖବର ପାଇ ସୋମବାର ରାତ୍ରରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ କ୍ଷତ୍ରୀୟବରପୁର ସ୍ଥିତ ଅଜିତ୍ କୁମାର ତ୍ରୀପାଠୀଙ୍କ ବାଣ ଗୋଦାମ ଉପରେ ଚଢ଼ାଉ କରି ସେଠାରେ ଗଚ୍ଛିତ ଥିବା ବିଭିନ୍ନ କିସମର ବାଣ ଜବତ କରି ଅଜିତ୍ ତ୍ରୀପାଠୀଙ୍କୁ ଗିରଫ କରିବା ସହ ୩୨୨ ରେ ଏକ ମାମଲା ରୁଜୁ କରି ଅଜିତ୍ କୁ ଆସ୍କା କୋର୍ଟ୍ ଚାଲାଣ କରାଯାଇଛି । ଏହି ମାମଲାରେ ଥାନା ସବ୍ ଇନିସପେକ୍ଟର ପ୍ରମୋଦ କୁମାର ବେହେରା ଘଟଣାର ତଦନ୍ତ କରୁଛନ୍ତି । ସେହିପରି ଗାଙ୍ଗପୁର ପୋଲିସ୍ ଗୋବରା ନିକଟସ୍ଥ ବିଂଚଣା ଗ୍ରାମର ଅନନ୍ତ ପାତ୍ରଙ୍କ ଘର ଉପରେ ଚଢାଉ କରି ପ୍ରାୟ ବିଭିନ୍ନ ଫେନ୍ସି ଓ ହାତ ତିଆରି ବାଣ ଜବତ କରିବା ସହ ଲକ୍ଷାଧିକ ଟଙ୍କାର ବିଭିନ୍ନ କିସମର ବାଣ ଜବତ କରି ଅନନ୍ତଙ୍କୁ ଗିରଫ କରିବା ସହ ୩୨୩ ରେ ଏକ ମାମଲା ରୁଜୁ କରି ଆସ୍କା କୋର୍ଟ୍ ଚାଲାଣ କରାଯାଇଛି । ଏହି ଘଟଣାରେ ଥାନା ଏଏସ୍ଆଇ ଆର୍ .କେ ସାହୁ ତଦନ୍ତ କରୁଛନ୍ତି । ଜବତ ହୋଇଥିବା ସମସ୍ତ ବାଣର ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀ ଧୀରେଶ ଦାଶ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )