ଦୁଇଘଣ୍ଟା ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳ ଜଳମଗ୍ନ ।

ଭଞ୍ଜନଗର, ୦୩/୦୭(ପିପିଟି) ଚଳିତ ବର୍ଷ ଶ୍ରାବଣ ମାସରେ ମଧ୍ୟ ବର୍ଷାର ଅଭାବ ଦେଖା ଦେଇଥିବା ବେଳେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ତେଣୁ ଏଥିରୁ ମୁକ୍ତି ପାଇଁ ବର୍ଷା ଅପେକ୍ଷାରେ ସମସ୍ତେ ରହିଥିବା ବେଳେ ସୋମବାର ତାରସିଂ ଅଞ୍ଚଳରେ ଦିନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ୨ଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ଲାଗି ରହିଥିଲା।ଫଳରେ ତାରସିଂ ସମେତ ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ ହୋଇ ତିନି ଛକିଆ,ଗରୁଡ଼ ପଥର, ଗାଡ଼ିଆ ପଡା, ହଳନ୍ଦ୍ ଖୋଳା, କନ୍ଧ ସାରଳା,ସଲପ ତଇଲା, କୋକଳବା,ଲଙ୍ଗଳ ଖୋଳା ସମେତ ଅନ୍ୟ ଗ୍ରାମାଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ନଦୀ, ନାଳ, ପୋଖରୀ ଓ ଜମିବାଡି ବର୍ଷା ଜଳରେ ଭର୍ତ୍ତି ହୋଇଯାଇଛି। ବର୍ଷା ସମୟରେ ଲୋକ ମାନେ କେହି କୁଆଡ଼େ ଯାଇ ନପାରି ଯିଏ ଯେଉଁଠି ଥିଲେ ସେଠାରେ ଅଟକି ରହିଥିଲେ। ଆଜିର ଏହି ବର୍ଷା ଯୋଗୁଁ ଚାଷୀ ଓ ସାଧାରଣ ଲୋକଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ଯାଇଛି।

ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ

Comments (0)
Add Comment