ଦୁଃଖା ମୁହଁରେ ହସ ଫୁଟାଇଲା ପ୍ରଶାସନ ।

ଭଞ୍ଜନଗର,୧୦/୦୨(ପିପିଟି); ଦୁର୍ଘଟଣା ରେ ଗୁରୁତର ଆହତ ହେଇ ଗୋଡର ସମ୍ପୂର୍ଣ୍ଣ ଭାଗ ସଂକ୍ରମିତ ହେବ ଦୁଃଖ ଦୁର୍ଦଶା ରେ ଜୀବନ ଜିଉଁ ଥିବା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ ପଂଚାୟତ ବାଲିଆପଟା ଗ୍ରାମର ଦୁଃଖା ନାଇକଙ୍କୁ ଚିକିତ୍ସା ନିମନ୍ତେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଭଞ୍ଜନଗର ଡାକ୍ତରଖାନା ପହଂଚି ରେଡକ୍ରସ ରୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି | ଦୁଃଖା ନାଇକଙ୍କ ସ୍ତ୍ରୀ ଝିଲି ନାଇକ ଏହି ରାଶି ସଂଗ୍ରହ କରିଛନ୍ତି । ନିହାତି ଗରିବ ଶ୍ରେଣୀର ହେଇଥିବାରୁ ଚିକିତ୍ସା ନିମନ୍ତେ ବାଧା ସୃଷ୍ଟି ହେଉଥିଲା । ଆର୍ଥିକ ସହାୟତା ପାଇ ଦୁଃଖା ଓ ସ୍ତ୍ରୀ ଝିଲି ମୁହଁରେ ହସର ଲହଡି ସୃଷ୍ଟି ହେଇଛି । ଉତ୍ତମ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠା ଯିବା ସହ ଦରକାର ପଡିଲେ ଆହୁରି ସହାୟତା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଂଜ଼ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଶ୍ରୀ ସୀତାଂଶୁ ଶେଖର ଶତପଥୀ, ଭଞ୍ଜନଗର ସି.ଡି.ପି.ଓ ବିଷ୍ନୁପ୍ରିୟ ସେଠୀ, ହସ୍ପିଟାଲ ମେନେଜେର ବିଚିତ୍ର ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment