ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଜିଲ୍ଲାବ୍ୟାପି ଯୁବସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ।

ବୌଦ୍ଧ,ତା ୧୩/୦୧(ପିପିଟି);ଅଖିଳ ଭାରତ ଯୁବସଂଘ ଏଆଇଓ୍ବାଇଏଫ ପକ୍ଷରୁ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ୦୩ଟି କଳାକୃଷି ଆଇନ ବାତିଲ ଦାବୀରେ ଦୀଲ୍ଲୀଠାରେ ଦୀର୍ଘ ୫୦ଦିନରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆହୁତ ସର୍ବଭାରତୀୟ ମଶାଲ ପ୍ରତିବାଦ ଶୋଭାଯାତ୍ରା ଅବସରରେ ଆଜି ଏଆଇଓ୍ବାଇଏଫ୍ ବୌଦ୍ଧଜିଲ୍ଲା କମିଟି ପକ୍ଷରୁ ମହାଲିକପଡା,କୁଶଙ୍ଗ,ଛତ୍ରଙ୍ଗ,ସୁରୁଣ୍ଡି,ରାମ୍ଭିକଟା,ବଘିଆପଡା,ଖୁଣ୍ଟବନ୍ଧ ପ୍ରଭୃତି ସ୍ଥାନରେ କ୍ୟାଣ୍ଡେଲ ମୋବାଇଲ ଲାଇଟ ପ୍ରଭୃତିଯାଳି ପ୍ରତିବାଦ ସଭାମାନ ଆୟୋଜନ କରାଯାଇଥିଲା । ଏହି ଆନ୍ଦୋଳନରେ ବିଭିନ୍ନସ୍ଥାନରେ ସଂଗଠନର ଜିଲ୍ଲାସଭାପତି ସୁଧାଂଶୁ ପ୍ରଧାନ,ଜିଲ୍ଲାସମ୍ପାଦକ ପ୍ରଦୀପ କୁମାର ବେହେରା,ରଞ୍ଜନ କୁମାର ରଣବିଡା, ସିପିଆଇ ଜିଲ୍ଲାସମ୍ପାଦକ ପ୍ରଦୀପ ମହାକୁଡ,ପ୍ରକାଶ ବେହେରା, ରଞ୍ଜନ ହଂସ,ସନ୍ଦୀପ କୁମ୍ଭାର , ଦୁଃଖିଶ୍ୟାମ ମହାକୁଡ,ହୀରଣ୍ୟ ଦୀପ ପ୍ରମୁଖ ନେତୃତ୍ବ ନେଇଥିଲେ ।

Comments (0)
Add Comment