ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ ; ଅଚିନ୍ତାରେ ବିଭାଗୀୟ ଯନ୍ତ୍ରୀ।

ସାନଖେମୁଣ୍ଡି,୧୯/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ହୋଇ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅତି ନିମ୍ନ ମାନର କାର୍ଯ୍ୟ ହେବା ଯୋଗୁଁ ପ୍ରକଳ୍ପ ନିର୍ମାଣ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନବି ଲୋକେ ପାନୀୟ ଜଳ ପାଇପାରିଲେ ନାହିଁ । ଆଗକୁ ଗ୍ରୀଷ୍ମଋତୁ ଆସିବାର ଅଛି ହେଲେ ଲୋକ ମାନଙ୍କ ଜଳ ସଙ୍କଟ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଲୋକ ମାନଙ୍କ ଜଳ ସଙ୍କଟ କୁ ଦୂର କରିବା ପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନାରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି । ହେଲେ ଅତି ଦୁଃଖର ବିଷୟ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା ଏହା କାର୍ଯ୍ୟକାରି କେବେ ହେଉଚି ତାହା ଦେଖିବାକୁ ବାକି ରହିଲା । ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଲୋକ ମାନଙ୍କ ସମସ୍ୟାର ଅବଗତ ଥିଲେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛନ୍ତି । ଲୋକେ ପାଣି ପାଈଁ ଏବେଠୁ ସମସ୍ୟା ଭୋଗିଲେଣି ଅଗକୁ ଗ୍ରୀଷ୍ମଋତୁ ପାଖେଇ ଆସିଲାଣି । ରାମଚନ୍ଦ୍ର ପୁର ଲୋକ ମାନଙ୍କ ପାନୀୟ ଜଳ ସମସ୍ୟା ବହୁ ବର୍ଷ ଧରି ଲାଗିରହିଛି ହେଲେ ଏହା କେବେ ସୁଧୁରିବ ତାହା ଏବେ ବଡ ପ୍ରଶ୍ନ ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment