ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପାନୀୟ ଜଳ ପ୍ରକଳ୍ପ;ଗ୍ରାମରେ ପାନୀୟ ଜଳ ସଙ୍କଟ ।

ଦିଗପହଣ୍ଡି, ୦୧/୦୧(ପିପିଟି);ଜଳ ବିନା ଏ ସଂସାର ଅସମ୍ଭବ । ପାନୀୟ ଜଳ ସଙ୍କଟ କୁ ଦୂର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ବସୁଧା ଯୋଜନାରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି । ହେଲେ ଦୁଃଖର ବିଷୟ ପାନୀୟ ଜଳ ସମସ୍ୟା ବଢ଼ିବାରେ ଲାଗୁଚି ସିନା ଏହା କେବେ କମୁନି । ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା । ଦିଗପହଣ୍ଡି ବ୍ଲକ କଈଠଡ଼ା ପଞ୍ଚାୟତ ଅନ୍ତର୍ଗତ ଦ୍ଵାରଗାଁ ଗ୍ରାମରେ ଆଜକୁ ପ୍ରାୟ ୫ ରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ହୋଇ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମରେ ନଳ କୂପ ମଧ୍ୟ ଖରାପ ହୋଇ ପଡ଼ିରହିଛି ହେଲେ ଏହାକୁ କେହି ମରାମତି ପାଇଁ ଅସୁନାହାନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଆସୁଛି ସିନା ଏହା ଠିକ୍ ସେ କାର୍ଯ୍ୟକାରୀ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ପାନୀୟ ଜଳ ସମସ୍ୟା ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ମଧ୍ୟ ପଡୁନି । ଖାଇ ପି ଅଚିନ୍ତାରେ ସୋଇରହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ । ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି କିନ୍ତୁ କୌଣସି ଅଧିକାରୀଙ୍କ ଉପରେ କିଛି ବି ଫରକ ପଡୁନଥିବା କହିଛନ୍ତି ଗ୍ରାମର କିଛି ବୁଦ୍ଧିଯିବି । ବସୁଧା ଯୋଜନା ଖାଲି ନାମକୁ ମାତ୍ର ଏହା ଉପରେ ଆମର ଭରସା ନାହିଁ ବୋଲି ଗ୍ରାମ ବାସି କହିଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment