ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପାନୀୟ ଜଳ ପ୍ରକଳ୍ପ; ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ।

ସାନଖେମୁଣ୍ଡି,୧୧/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ଆଜକୁ ପ୍ରାୟ ୪ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଲୋକ ମାନଙ୍କ ପାନୀୟ ଜଳ ସମସ୍ୟାକୁ ସୁଧାର ଆଣିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରି ବସୁଧା ଯୋଜନାରେ ଘର ଘରକୁ ପାନୀୟ ଜଳ ଯୋଗାଇଥାନ୍ତି । ହେଲେ ଦୁର୍ଭାଗ୍ୟର କଥା ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା । କୋଟି କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି ହେଲେ କେହି ଉପକୃତ ହୋଇପାରୁନାହାନ୍ତି । ମିଳିଥିବା ସୂଚନାମୁତାବକ ରାଧାଦେଇପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ବହୁତ । ଲୋକେ ସେହି ଘୋଡାହାଡ଼ ନଦୀ ଉପରେ ଭରସା କରି ଚାଲିଛନ୍ତି । ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଗ୍ରାମ ବାସି ଅଭିଯୋଗ ମଧ୍ୟ କରିଛନ୍ତି । ୪ ବର୍ଷ ତଳେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ରୂପେ ସରିଥିଲା ପରେ ଗୋଟିଏ ଦିନ ପାଣି ଯାଉଛି କି ନାହିଁ ଦେଖିଦେଲେ ବାସ ଆଉ ତା ପରଠୁ ଗ୍ରାମକୁ ପାଣି ସାତ ସପନ ହୋଇଗଲା । ବସୁଧା ଯୋଜନା କେବଳ ନାମକୁ ମାତ୍ର ଏହା କୌଣସି କାମରେ ନୁହଁ ବୋଲି କହିଛନ୍ତି କିଛି ଗ୍ରାମବାସୀ ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment