ଦୀର୍ଘ ୩କିଲୋମିଟର ପାଦରେ ଚାଲି ଚାଲି କାରୋନା ସଚେତନତା କରାଇଲେ ଉପ ଜିଲ୍ଲାପାଳ ।

ବୋଲଗଡ଼,୦୨/୦୬(ପିପିଟି),ଦୀର୍ଘ ୩କିଲୋମିଟର ପାଦରେ ଚାଲି ଚାଲି କାରୋନା ସଚେତନତା କରାଇଲେ ଖୋର୍ଦ୍ଧା ଜିଲ୍ଲା ଉପ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ। ଆଜି ବୋଲଗଡ଼ ବ୍ଲକ୍ କାର୍ଯ୍ୟାଳୟରେ ଅଞ୍ଚଳରେ ମହାମାରୀ କାରୋନା ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଉପ ଜିଲ୍ଲାପାଳ ପ୍ରଶାସନିକ ସ୍ଥରରେ ଏକ ଜରୁରୀ କାଳୀନ ବୈଠକ ଡ଼କାଇଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ବେହୁରିଆଙ୍କ ଅଧ୍ୟକ୍ଷତାରେ ରେ ସ୍ଥାନୀୟ ବିଡିଓ ଧୋବେଇ ନାୟକ, ତହସିଲଦାର ହିମେନ୍ଦ୍ର ନାରାୟଣ ମହାନ୍ତି , ବାଙ୍କୋଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଜେନା ,ଥାନା ଅଧିକାରୀ ବିଦିତା ନାୟକ , ସିଡ଼ିପିଓ, ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ,କୃଷକ ସଭାପତି ଆର୍ତବନ୍ଧୁ ପ୍ରଧାନ, ଏବଂ ଏସଏଚଜି ମାନଙ୍କ ମୁଖ୍ୟଙ୍କ ସମେତ ବହୁ କାରୋନା ଦାୟିତ୍ୱରେ ଥିବା ଅଧିକାରୀ ଯୋଗଦେଇ ଥିଲେ । ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ବେହୂରିଆ ଗୁରୁତ୍ଵ ଦେଇ ଥିଲେ ଏ ଅଞ୍ଚଳରୁ କିପରି ଦ୍ଵିତୀୟ ଲହର କାରୋନାକୁ ପ୍ରତିହତ କରାଯିବ ଓ ସମ୍ପୂର୍ଣ ମୁକ୍ତ କରାଯିବ ସେ ନେଇ ଆଲୋକ ପାତ କରାଇଥିଲେ । ବୈଠକର କାର୍ଯ୍ୟକ୍ରମ ପରିଶେଷରେ ସଚେତନତାର ଆବଶ୍ୟକତା ରହିଛି ଆହ୍ବାନ ଦେଇ ଥିଲେ ।ନିଜେ ପାଦରେ ଚାଲି ବୋଲଗଡ଼ ବଜାର ବୁଲି ସଚେତନତା କରିବା ସହିତ ଚୂଡା ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ସାଧାରଣ ଲୋକମାନଙ୍କୁ ମାକ୍ସ ବଣ୍ଟନ କରାଇ ସଚେତନତା କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ପ୍ରଶାସନିକ ଅଧିକାରୀ ଉପ ଜିଲ୍ଲାପାଳଙ୍କ ସହିତ ସହଯୋଗ କରିଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment