ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ଦିନ ପାନୀୟ ଜଳ ସଙ୍କଟ, ପ୍ରଶାସନ ନୀରବ ଦ୍ରଷ୍ଟା।

ଦିଗପହଣ୍ଡି,୦୨/୦୨(ପିପିଟି); ଜଳ ହିଁ ଜୀବନ । ଜଳ ବିନା ଏ ସୃଷ୍ଟି ଅସମ୍ଭବ । ଜଳ ନାହିଁ ତ ଜୀବନ ନାହିଁ । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତ ହରିଜନ ସାହି ଏବଂ ରୋଡ଼ ସାହି ରେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ନଳକୂପ ଅଚଳ ଅବସ୍ଥାରେ ପଡ଼ିରହିଛି ହେଲେ ଦୁର୍ଭାଗ୍ୟର ବିଷୟ ଏହାକୁ କେହି ମରାମତି ବି କରୁନାହାନ୍ତି । ସ୍ଥାନୀୟ ସରପଞ୍ଚ ସୁଦର୍ଶନ ନାୟକ ବାରମ୍ବାର ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କୁ ପାନୀୟ ଜଳ ସମସ୍ୟାର ଅବଗତ କରାଇଥିଲେ ସୁଦ୍ଧା ଯନ୍ତ୍ରୀଙ୍କ ଦେଖା ମିଳୁନି । ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ସୁଦ୍ଧା ଆରମ୍ଭଠୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରି ହେବା ଦୂରର କଥା ପାଣି ଟୋପେ ମଧ୍ୟ ଗ୍ରାମକୁ ଆସିଲା ନାହିଁ । ରାଜ୍ୟ ସରକାର ବସୁଧା ଯୋଜନା କରି ବାହାଃ ବାହାଃ ମାରୁଥିବା ବେଳେ ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି । ଗ୍ରାମରେ ପ୍ରାୟ ୨ଶହ ଘରରୁ ଉର୍ଦ୍ଧ୍ବ ଲୋକ ୨ ଗୋଟି ନଳକୂପ ଉପରେ ଭରସା କରିଥାନ୍ତି ହେଲେ ନଳକୂପ ଏବେ ୧ ବର୍ଷରୁ ଉର୍ଦ୍ଧ୍ବ ଦିନ ଅଚଳ ହୋଇ ପଡ଼ିରହିଛି ଲୋକ ମାନଙ୍କ ଦୁଃଖ କିଏ ଶୁଣିବ । ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଏବେ ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି କିନ୍ତୁ ସ୍ଥାନୀୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି । ବଡ଼ ଦୁଃଖର ବିଷୟ ସ୍ଥାନୀୟ ସରପଞ୍ଚ ସୁଦର୍ଶନ ନାୟକ ଯନ୍ତ୍ରୀଙ୍କ ପାଖକୁ ଧାଇଁ ଧାଇଁ ଚପଲ ଛିଣ୍ଡିଗଲାଣି ହେଲେବି ଯନ୍ତ୍ରୀଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି । ମାଳମାଳ ଯୋଜନା ଖାଲି ବାହାରୁଛି ହେଲେ ଲୋକେ ଉପକୃତ ହେବା ବଦଳରେ ଅସୁବିଧା ହିଁ ଭୋଗୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଲୋକେ ଏବଂ ସରପଞ୍ଚ ଅଭିଯୋଗ କଲେ ମଧ୍ୟ ଏହା କାର୍ଯ୍ୟକାରୀ କାହିଁକି ହୋଇପାରିନାହିଁ ତାହା ଏବେ ସାଧାରଣରେ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment