ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଜଳ ସଙ୍କଟରେ ଗ୍ରାମବାସୀ; ପ୍ରଶାସନ ନୀରବ ।

କୁକୁଡାଖଣ୍ଡି,୧୨/୦୪(ପିପିଟି); ଜଳ ବିନା ଏ ସୃଷ୍ଟି ଅସମ୍ଭବ । ଜଳ ନାହିଁ ତ ଜୀବନ ନାହିଁ । କୁକୁଡ଼ାଖଣ୍ଡି ବ୍ଲକ ଡେଙ୍ଗାପଦର ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଆଜକୁ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗରହିଛି । ହେଲେ ସ୍ଥାନୀୟ ପ୍ରଶାସନର ଏଥି ପ୍ରତି ଦୃଷ୍ଟି ମଧ୍ୟ ପଡୁନାହିଁ । ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୧୦ ବର୍ଷ ତଳେ ଗ୍ରାମରେ ପାଇପ୍ ଲାଇନ୍ ଦିଆଯାଇଥିଲା ହେଲେ ଦୁଃଖର ବିଷୟ ସେହି ପାଇପ ରେ ଗୋଟିଏ ଦିନ ବି ପାଣି ବୁନ୍ଦେ ବି ଆସିଲାନାହିଁ । ସେମିତି ପାଇପ ପଡ଼ି ପଡ଼ି ଖରାପ ହେଇଗଲା ହେଲେ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ପଡ଼ିଲା ନାହିଁ । ଗ୍ରାମରେ ବୋରିଙ୍ଗ ଖୋଳି ସେମିତି ରଖିଦିଆଯାଇଛି ହେଲେ ଏହା କାର୍ଯ୍ୟ କାରି ହୋଇପାରୁନାହିଁ । ବଡ ଦୁଃଖର ବିଷୟ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ସୁଧାର ହୋଇପାରୁନାହିଁ । ରାଜ୍ୟ ସରକାର ବସୁଧା ଯୋଜନା କରି ଗ୍ରାମର ପାନୀୟ ଜଳ ସମସ୍ୟାକୁ ଦୂର କରିବାପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ ଏବଂ ଏହା କାଗଜ କଲମରେ ସିମିତ ହୋଇ ରହିଯାଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ଗଞ୍ଜାମ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି ।

(ରିପୋର୍ଟ- ଆରତ କୁମାର ହୋତା ।)

Comments (0)
Add Comment