ଦୀର୍ଘ ବର୍ଷ ହେଲା ଶୌଚାଳୟରେ ତାଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ।

ସାନଖେମୁଣ୍ଡି,୨୯/୦୫(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ନିକଟରେ ରହିଛି ଏକ ଶୌଚାଳୟ । ଯାହା ଦୀର୍ଘ ଦୁଇ ବର୍ଷ ହେଲା ତାଲା ପଡିରହିଛି ବୋଲି ଲୋକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜିଲ୍ଲା ଜଳ ଓ ପରିମଳ ସୌଜନ୍ୟରୁ ତିନି ଲକ୍ଷ ଟଙ୍କା ବ୍ୟୟ କରି ଲୋକଙ୍କୁ ସୁବିଧାରେ ଶୌଚ କରିବା ପାଇଁ ନିର୍ମାଣ କରାଯାଇଛି । କିନ୍ତୁ ଏହି ଗ୍ରାମୀଣ ଗୋଷ୍ଠୀ ଶୌଚାଳୟ ଟି ନିର୍ମାଣ ଦିନ ଠାରୁ ତାଲା ପଡ଼ିରହିଛି । ” ସ୍ୱଚ୍ଛତାର ଅନ୍ୟ ନାମ ରୋଗ ମୁକ୍ତିର ସମାଧାନ ” ଖାଲି ସୁନ୍ଦର ଲେଖାଟି ଲେଖିଦେଲେ କଣ ଲୋକେ ରୋଗରୁ ମୁକ୍ତି ଲାଭ କରିଦେବେ କି ତାହା ଏବେ ସାଧାରଣରେ ପ୍ରଶ୍ନ ଉଠୁଛି । ସ୍ଥାନୀୟ ଜନସାଧାରଣ ବାରମ୍ବାର ଏ ସମ୍ପର୍କ ରେ ସରପଞ୍ଚ ବାବୁଙ୍କୁ ଜଣାଇଥିଲେ ମଧ୍ୟ ଏହାର ତାଲା ଖୋଲୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଜନସାଧାରଣ କହିବା ଅନୁସାରେ ପୂର୍ବତନ ସରପଞ୍ଚ ଏହାକୁ ନିଜ କାମରେ ବ୍ୟବହାର କରୁଛନ୍ତି । କିନ୍ତୁ ଏପଟେ ଲୋକ ମାନେ ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି । ଏହା ଦ୍ଵାରା ବିଭିନ୍ନ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ହେଲେ ବଡ଼ ବିଡ଼ମ୍ବନାର ବିଷୟ ପ୍ରଶାସନର ମଧୁଚନ୍ଦ୍ରିକରେ ବଳି ପଢୁଛନ୍ତି ନିରୀହ ଜନତା । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସ୍ଵଛ ଭାରତ ମିଶନ ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜାଗାରେ ଶୌଚାଳୟ ମାନ ତିଆରି କରୁଛନ୍ତି କିନ୍ତୁ ଏହା କୌଣସି କାମରେ ଆସୁନାହିଁ । ସରକାର କା ମାଲ ଦରୀୟା ମେ ଡାଲ ଭଳି ଘଟଣା ହୋଇଯାଇଛି ଏହି ପଞ୍ଚାୟତରେ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment