ଦୀର୍ଘ ବର୍ଷ ବିତିଗଲା ପରେ ବି ପଥରପୁଞ୍ଜି ଗ୍ରାମକୁ ପକ୍କା ସଡ଼କ ନାହିଁ, ବାଃ ବାଃ ନେଉଛି ସାନଖେମୁଣ୍ଡି ପ୍ରଶାସନ ।

ସାନଖେମୁଣ୍ଡି , ୨୩/୦୧ (ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଡେଙ୍ଗାଡ଼ି ପଞ୍ଚାୟତ ଅଧୀନ ପଥରପୁଞ୍ଜି ଗ୍ରାମ ଯାହା ଏବେ ଅଲୋଡ଼ା ହୋଇ ପଡ଼ିଛି । ଦୀର୍ଘ ୨୪ ବର୍ଷ ବିତିଗଲା ପରେ ମଧ୍ୟ କାହା ନଜର ଏହି ଗ୍ରାମ ଉପରେ ପଡୁନଥିବା ଦେଖିବାକୁ ମିଳିଛି । ପଥରପୁଞ୍ଜି ଗ୍ରାମ ଯାହା ଗଞ୍ଜାମ ଜିଲ୍ଲାରେ ଏବେ ଅଲୋଡ଼ା ହୋଇ ପଡ଼ିଛି । ଏହି ଗ୍ରାମକୁ ପକ୍କା ସଡ଼କ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ହେଲେ ସାନଖେମୁଣ୍ଡି ବ୍ଲକ୍ ପ୍ରଶାସନ ଏହାକୁ ସମୂର୍ଣ ଅଣଦେଖା କରୁଥିବା ନଜର କି ଆସିଚି । ସାନଖେମୁଣ୍ଡି ବ୍ଲକ୍ ଅଧିନ ଅନେକ ପଞ୍ଚାୟତ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦୁର୍ନୀତି ହେଉଥିବା ବେଳେ ଏହି ଗ୍ରାମକୁ ଗୋଟେ ସଡ଼କ ତିଆରି କରିପାରୁନାହାନ୍ତି ପ୍ରଶାସନ । ରାଜ୍ୟରେ ବିଜେଡି ସରକାର ୨୫ ବର୍ଷ ଥିଲା ବେଳେ ଏହି ଗ୍ରାମକୁ ପକ୍କା ସଡ଼କ ଟିଏ ତିଆରି କରିପାରି ନ ନଥିବା ବେଳେ ଏବେ ଡବଲ ଇଞ୍ଜିନ ସରକାର ବିଜେପି ରାଜ୍ୟରେ ସରକାର ଗଠନ କରିଛି ହେଲେ ଏହି ଗ୍ରାମକୁ ଡବଲ ଇଞ୍ଜିନ ସରକାର ର ନଜର ପଡ଼ୁଚି ନାଁ ନାହିଁ ତାହା ଦେଖିବାକୁ ବାକି ରହିଲା । ଗ୍ରାମବାସୀ ସାନଖେମୁଣ୍ଡି ବ୍ଲକ୍ ପ୍ରଶାସନ କୁ ଗ୍ରାମର ରାସ୍ତା ବିଷୟରେ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ଏହାକୁ ସମ୍ପୁର୍ଣ୍ଣ ଅଣଦେଖା କରୁଥିବା ନଜର କୁ ଆସିଚି । ଗ୍ରାମରେ ଶିକ୍ଷା ବ୍ୟବସ୍ଥା ହେଉ କି ସ୍ବାସ୍ଥ୍ୟ ବ୍ୟବସ୍ଥା ହେଉ ଅନ୍ୟ ସବୁ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ସାନଖେମୁଣ୍ଡି ପି.ଡ଼ବ୍ଲୁ.ଡି ବିଭାଗ ଏସି ରୁମରେ ରହି ବାଃ ବାଃ ମାରୁଥିବା ବେଳେ ଗ୍ରାମ କୁ ରାସ୍ତା ନାହିଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ହେଲେ ବାବୁ ମାନେ ଏସି ରୁମ୍ ରୁ ନ ବାହାରି କାଗଜ କଲମରେ ସବୁ କାମ କରି କୁମ୍ଭକର୍ଣ୍ଣ ନିଦ୍ରାରେ ଶାନ୍ତିରେ ସୋଇରହିଚନ୍ତି । କେବେ ବାବୁ ମାନଙ୍କ ଏହି କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ଆଉ ଗ୍ରାମବାସୀ କେବେ ଉପକୃତ ହେବେ ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ- ଆରତ କୁମାର ହୋତା

Comments (0)
Add Comment