ସାନଖେମୁଣ୍ଡି,୧୬/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସଙ୍କଟ ଦେଖା ଗଲାଣି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ଦେଖା ନାହିଁ । ଜଳ ସଙ୍କଟକୁ ଦୃଷ୍ଟିରେ ରଖି ବସୁଧା ଯୋଜନାରେ ଏକ ନୂତନ ଜଳ ପ୍ରକଳ୍ପ ନିର୍ମାଣ ହେଉଚି ହେଲେ ୧ ବର୍ଷରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇପାରୁନାହିଁ । ପ୍ରକଳ୍ପ କାର୍ଯ୍ୟ ମଧ୍ୟ ନିମ୍ନ ମାନର ହେଉଥିବା ପରିଲକ୍ଷିତ ହେଉଛି । ପିପିଟି ନ୍ଯୁଜ୍ କୁ ହସ୍ତଗତ ହୋଇଥିବା ସୂଚନା ତଥ୍ୟରୁ ଜଣାପଡିଛି ଯେ ଧରମପୁର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୭୪ ଲକ୍ଷ ୪୩ ହଜାର ଟଙ୍କା ଏଷ୍ଟିମେଟ ହୋଇଥିଲା। ଠିକାଦାର ମୂଲ୍ୟ ଠାରୁ ଅର୍ଥ କାଟି ଟେଣ୍ଡର ହାତେଇ ୬୫ଲକ୍ଷ ୭୪ହଜାର ୭୦୧ ଟଙ୍କା ରେ ଏଗ୍ରୀମେଣ୍ଟ କରିଥିଲେ ତା-୨୮/୧୧/୨୦୧୯ରୁ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ୨୧୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ସ୍ଥାନୀୟ ଜନସାଧାରଣଙ୍କ ପାନୀୟ ଜଳ ସଙ୍କଟ କେବେ ସୁଧୁରିବ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି । ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଯିବ ନା ଏହା ଲୋକ ମାନଙ୍କ ପାନୀୟ ଜଳ ସଙ୍କଟକୁ ଦୂର କରିପାରିବ ତାହା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
(ରିପୋର୍ଟ- ଆରତ କୁମାର ହୋତା। )