ଦୀର୍ଘ ଦୁଇବର୍ଷ ପରେ ଆରମ୍ଭ ହେଲା “ମହାପ୍ରୟାଣ “ଗାଡି ସେବା ।

ବେଗୁନିଆପଡା,୩୦/୦୫(ପିପିଟି):ଦୀର୍ଘ ଦୁଇବର୍ଷ ରୁ ଉର୍ଦ୍ଧ୍ଵ ହେବ ମେଡିକାଲ ମଧ୍ୟରେ ପଡି ରହିଥିବା ମହାପ୍ରୟାଣ ଗାଡିଟି ଆଜି ଠାରୁ ଜନସାଧାରଣଙ୍କ ସେବାରେ ନିଯୋଗ ହେବ ବୋଲି ଜଣାପଡ଼ିଛି ! ସୂଚନା ପ୍ରକାରେ ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଜନସାଧାରଣଙ୍କୁ ସୁବିଧା ଯୋଗାଇବା ନିମନ୍ତେ ମାଗଣାରେ ଗୋଟିଏ ଶବ ବାହକ ମହାପ୍ରୟାଣ ଗାଡି କୋଦଳା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ଯୋଗାଇ ଦେଇଥିଲେ । କିନ୍ତୁ ପ୍ରଶାସନ ଅବହେଳାରେ ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ଵ ହେବ ଏହି ଗାଡିଟି ଜନସାଧାରଣଙ୍କ କାର୍ଯ୍ୟରେ ନ ଲାଗି କୋଦଳା ମେଡିକାଲରେ ପଡ଼ିରହିଥିଲା । ବର୍ତ୍ତମାନ ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ହସ୍ତକ୍ଷପ ଫଳରେ ପ୍ରଶାସନ ତତ୍ପରତା ଦେଖାଇ ଏହାକୁ ପୂଜାର୍ଚନା କରି ଲୋକାର୍ପଣ କରିଥିଲେ । ଆଜିଠାରୁ ଏହା ଗରିବ ଲୋକଙ୍କ ଶବଦାହ ନିମନ୍ତେ ମାଗଣା ରେ ଦଳ ମତ ନିର୍ବିଶେଷରେ ବ୍ୟବହାର କରାଯିବ ବୋଲି କୋଦାଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ପ୍ରକାଶ କରିଛନ୍ତି । ଏହି ଗାଡି ଚାଲିବା ଦ୍ୱାରା ଗରିବ ଲୋକଟି ନିଶ୍ଚିତ ସୁବିଧା ପାଇପାରିବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଆଜିର ଏହି କାର୍ଯ୍ୟକ୍ରମରେ କୋଦଳା ମେଡିକାଲ ଇନଚାର୍ଜ ଡକ୍ଟର ଆଦିତ୍ୟ ପ୍ରସାଦ ସାହୁ ସମେତ ସାଂସଦ ପ୍ରତିନିଧି ଆଲୋକ ଶତପଥୀ,ବିଜେପି ନେତା ବିଭୁତି ପାଣ୍ଡି ପ୍ରମୁଖ ଉପସ୍ଥିତିରେ ମହାପ୍ରୟାଣ ଗାଡି ର ଶୁଭ ଲୋକାର୍ପଣ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment